
ମୟୂରଭଞ୍ଜ: ଡାକ ଘରେ ଗ୍ରାହକଙ୍କ ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ଗ୍ରାହକମାନେ ତାତିଛନ୍ତି। ଯାହାକୁ ନେଇ ପୋଷ୍ଟ ଅଫିସ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଡାକଘରେ ଦେଖିବାକୁ ମିଳିଛି।
ହିତାଧିକାରୀଙ୍କ ଆରଡି ଏବଂ ଅନ୍ୟ ଟଙ୍କା ମେଚ୍ୟୁରିଟି ହୋଇସାରିଥିବା ବେଳେ ଉକ୍ତ ଟଙ୍କା ନେବା ନିମନ୍ତେ ହିତାଧିକାରୀମାନେ ବାରମ୍ବାର ପୋଷ୍ଟ ଅଫିସ୍ ଚକ୍କର୍ କାଟିଥିଲେ ସୁଦ୍ଧା ତାଙ୍କୁ ମିଳି ନଥିବା ଅଭିଯୋଗ କରିଛନ୍ତି।
ଏହାକୁ ନେଇ ଆଜି ଗ୍ରାହକମାନେ ଡାକଘର ପରିସରରେ ହୋହାଲ୍ଲା କରିଥିଲେ।
ଖବର ପାଇ ଉଦଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା।
from OTV Khabar http://bit.ly/2sWymJ9
ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ଡାକ ଘରେ ଉତ୍ତେଜନା Rosalin Rath
Reviewed by SUBHENDU BARAL
on
January 31, 2019
Rating:
No comments: