ଚକମା ଖାଇବ ଚୀନ୍, ଖୋଜି ପାଇବନି ପାକିସ୍ତାନ! ମଝି ଆକାଶରେ ଅଦୃଶ୍ୟ ହୋଇଯିବ ଭାରତର ଯୁଦ୍ଧ ବିମାନ, ଧରିପାରିବନି ଚୀନ ଓ ପାକିସ୍ତାନର ରାଡାର! Kanak News

ଚୀନ ଓ ପାକିସ୍ତାନ ପାଇଁ ସର୍ତକ ଘଣ୍ଟି । ଏଣିକି ଆକାଶପଥରୁ ଭାରତ ଅନ୍ଧାଧୁନ ଗୁଳିବର୍ଷଣ କଲେ ମଧ୍ୟ ଜାଣିପାରିବେନି ଚୀନ୍ ଓ ପାକିସ୍ତାନ । ଏଭଳି ଏକ ବହ୍ମାସ୍ତ୍ର ନିର୍ମାଣ କରୁଛି ଭାରତ । ଆଇଆଇଟି କାନପୁରର ଏରୋସ୍ପେଶ ଇଞ୍ଜିନିୟରିଂ ବିଭାଗ ଷ୍ଟେଲଥ ଜ୍ଞାନକୌଶଳ ଯୁକ୍ତ ଏକ ବିଶେଷ ବିମାନର ଡିଜାଇନ କରୁଛନ୍ତି । ଯାହାର ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପରୀକ୍ଷଣ ସମ୍ଭବ । ଏହି ଉନ୍ନତମାନର ଜ୍ଞାନକୌଶଳ ଅଳ୍ପ କିଛି ଦେଶ ପାଖରେ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଷ୍ଟେଲଥ ଜ୍ଞାନକୌଶଳରେ ନିର୍ମିତ ହେଉଥିବା ବିମାନ ଗୁଡିକ ମଝି ଆକାଶରେ ଅଦୃଶ୍ୟ ହୋଇଯାଇଥାନ୍ତି । ଯାହାକୁ ଶତ୍ରୁପକ୍ଷର ରାଡାର ମଧ୍ୟ ଧରିପାରିବ ନାହିଁ । ଋଷ ସହ ମିଶି ପୂର୍ବରୁ ଏହି ପ୍ରୋଜେକ୍ଟ ଆରମ୍ଭ କରାଯାଇଥିବା ବେଳେ ଅଧାରୁ ଏଥିରୁ ଓହରି ଯାଇଥିଲା ଋଷ ।
ସାମରିକ ଦୃଷ୍ଟିକୋଣରୁ ପଞ୍ଚମ ପିଢିର ଉନ୍ନତ ଲଢୁଆ ଯୁଦ୍ଧ ବିମାନ ବିକଶିତ କରିବା ଭାରତ ପାଇଁ ଏବେ ଆବଶ୍ୟକୀୟ ହୋଇ ପଡିଛି । ଏଥିପାଇଁ ଏଏମସିଏ ପ୍ରୋଜେକ୍ଟରେ କାମ କରୁଛି ଭାରତ । ଏହା ଅନୁଯାୟୀ, ମଧ୍ୟମ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଫାଇଟର ଜେଟ ନିର୍ମାଣ କରୁଛି ଭାରତ । ଆଉ ଏସବୁ ଭିତରେ ଆଇଆଇଟି କାନପୁର ଷ୍ଟେଲଥ ଜ୍ଞାନକୌଶଳରେ ବିଶେଷ ଲଢୁଆ ଯୁଦ୍ଧ ବିମାନର ଡିଜାଇନ ଓ ଏହାର ଡେମୋ ଡିଜାଇନ ମଧ୍ୟ ନିର୍ମାଣ କରିଛି । ସ୍ୱିଫ୍ଟ ନାମକ ଏହି ପ୍ରୋଜେକ୍ଟରେ ଋଷ ମଧ୍ୟ ପ୍ରଥମରୁ ଜଡିତ ଥିଲା । କିନ୍ତୁ ୨୦୧୮ରେ ଋଷ ଏହି ପ୍ରୋଜେକ୍ଟରୁ ଓହରିଯିବା ଫଳରେ ଏହାର ଇଞ୍ଜିନ ନିର୍ମାଣକୁ ନେଇ ସମସ୍ୟା ଦେଖାଦେଇଥିଲା । କାରଣ ସ୍ୱିଫ୍ଟର ଇଞ୍ଜିନ ଋଷ ଦେଉଥିଲା ।

ଅକ୍ଟୋବର ମାସରେ ଏହି ପରୀକ୍ଷଣ ସଫଳ ହେଲେ ମାନବ ରହିତ ଏହି ବିମାନର ନିର୍ମାଣ କାର୍ଯ୍ୟକୁ ଯଥାସମ୍ଭବ ବୃଦ୍ଧି କରାଯିବ । ମାନବ ବିହୀନ ଏହି ସ୍ୱତନ୍ତ୍ର ବିମାନରେ ଫିଲ୍ଡ ରାଡାର, ଆରଏଫ ସେନ୍ସର, ଗ୍ରାଉଣ୍ଡ ରାଡାର ଓ ଅତ୍ୟାଧୁନିକ ସେନ୍ସର ଜ୍ଞାନକୌଶଳ ରହିବ ଯାହା ବିମାନକୁ ଶତ୍ରୁ ପକ୍ଷର ନଜରରୁ ଦୂରେଇ ରଖିବ । କୋଟି କୋଟି ଟଙ୍କାର ଏହି ପ୍ରୋଜେକ୍ଟରେ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ସହଯୋଗ କରୁଛି । ପ୍ରଫେସର ଏକେ ଘୋଷ ଓ ପ୍ରଫେସର ସୁବ୍ରମଣ୍ୟମ ସଡରେଲାଙ୍କ ତତ୍ୱାବଧାନରେ ଏହି ପ୍ରୋଜେକ୍ଟର କାମ ଜାରି ରହିଛି ।

କିଭଳି ହେବ ପରୀକ୍ଷଣ :
ଚଳିତ ବର୍ଷ ଅକ୍ଟୋବର ମାସରେ ଏହି ସ୍ୱତନ୍ତ୍ର ବିମାନର ପରୀକ୍ଷଣ ହେବାକୁ ଥିବା ବେଳେ ଆଇଆଇଟି କାନପୁରର ଏୟାରଷ୍ଟ୍ରିପ ଆଖପାଖରେ ପୂରା ବ୍ୟାଟେଲ ଫିଲ୍ଡ ପ୍ରସ୍ତୁତ କରାଯିବ । ରାଡାର ସିଷ୍ଟମକୁ ଅତ୍ୟାଧୁନିକ ମେସିନ ଦ୍ୱାରା ସୁସଜ୍ଜିତ କରାଯିବ । ଆଉ ଏହାପରେ ଏହି ଫିଲ୍ଡରୁ ଏହି ଯୁଦ୍ଧ ବିମାନର ପ୍ରଥମ ମଡେଲ ପରୀକ୍ଷଣ କରାଯିବ । ବିମାନର ଗତି ଓ ରାଡାର ନଜରରେ ନ ଆସିଲେ ହିଁ ପରୀକ୍ଷଣ ସଫଳ ହୋଇପାରିବ ।
from Kanak News http://bit.ly/2WtMqaC http://bit.ly/2Rq3tGZ
No comments: