
ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ସେନାର ଅପରେସନ ଅଲ୍ ଆଉଟ୍କୁ ଆଜି ଆଉ ଏକ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ରିଞ୍ଜିପୋରା ଅଞ୍ଚଳରେ ଆଜି ସୁରକ୍ଷାବଳ ଓ ସଶସ୍ତ୍ର ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।
ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିମାଡ଼ ହେବା ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତେବେ ଏହି ଏନ୍କାଉଣ୍ଟରରେ ସେନା ପକ୍ଷରୁ ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି।
ସେନା ଗୁଳିରେ ନିହତ ହୋଇଥିବା ଆତଙ୍କବାଦୀର ପରିଚୟ ମିଳିଛି। ସେ ସ୍ଥାନୀୟ ପୁଲୱାମାର କୁଏଲ ଗାଁର ଇସଫାକ ୟୁସୁଫ୍ ଓ୍ୱାନୀ ବୋଲି ଜଣାପଡ଼ିଛି। ଏବଂ ସେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନର ବୋଲି ପୁଲିସ୍ କହିଛି।
ଆତଙ୍କବାଦୀମାନେ ଆଜି ଭୋରରୁ ସେନା ଉପରେ ଅତର୍କିତ ଆକ୍ରମଣ କରିଥିଲେ। ତେବେ ପାଲଟା କାର୍ଯ୍ୟାନୁଷ୍ଠାନରେ ସେନାକୁ ଏହି ସଫଳତା ମିଳିଛି। ନିହତ ଆତଙ୍କବାଦୀର ମୃତ ଶରୀରକୁ ତା’ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।
from OTV Khabar http://bit.ly/2SuJdFz
ଜମ୍ମୁ ଓ କଶ୍ମୀରରେ ଏନ୍କାଉଣ୍ଟର; ଜଣେ ଆତଙ୍କବାଦୀ ନିହତ Rosalin Rath
Reviewed by SUBHENDU BARAL
on
December 28, 2018
Rating:
No comments: