ମେଲ୍‌ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ OTV KHABAR BUREAU

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଦୃଢ଼ ସ୍ଥିତିରେ ଅଛି ଭାରତ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୩୪୬ରନ୍‌ର ଅଗ୍ରଣୀ ହାସଲ କରିଛି ଟିମ୍ ଇଣ୍ଡିଆ।

ଆଜି ଅଷ୍ଟ୍ରେଲିଆକୁ ୧୫୧ରନ୍‌ରେ ଅଲଆଉଟ କରିବା ପରେ ଇଣ୍ଡିଆ ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା। ଦ୍ୱିତୀୟ ଇଂନିସରେ ମାତ୍ର ୫୪ ରନ୍‌ରେ ୫ ଓ୍ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଭାରତ। ଡେବ୍ୟୁ କରିଥିବା ମୟଙ୍କ ଅଗ୍ରଓ୍ୱାଲଙ୍କୁ ଛାଡ଼ି ଅନ୍ୟ ସମସ୍ତ ବ୍ୟାଟ୍‌ସମ୍ୟାନ୍‌ ଅଷ୍ଟ୍ରେଲିଆ ବୋଲରଙ୍କୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି।

ପ୍ରଥମ ଇଂନିସରେ ଭଲ ପ୍ରଦର୍ଶନ କରିଥିବା ବିରାଟ କୋହଲି ଓ ଚେତେଶ୍ୱର ପୂଜାରା ଆଜି ଖାତା ଖୋଲିବା ପୂର୍ବରୁ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଛନ୍ତି।

ପ୍ୟାଟ୍‌ କମିନ୍ସ ଆଜି ମାତ୍ର ୬ ଓଭର୍‌ ବୋଲିଂ କରି ୪ ଟି ଓ୍ୱିକେଟ୍‌ ଅକ୍ତିଆର କରିଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ଇନିସଂରେ ମାତ୍ର ୧୫୧ ରନ୍‌ରେ ଅଲଆଉଟ୍‌ ହୋଇଛି। ଭାରତର ଜଶପ୍ରୀତ ବୁମରାହ ଚମତ୍କାର ବୋଲି କରି ୬ଟି ଉଇକେଟ୍ ଅକ୍ତିଆର କରିଛନ୍ତି। ଗତକାଲି ଟିମ୍‌ ଇଣ୍ଡିଆ ୪୪୩ ରନରେ ପ୍ରଥମ ଇନିଂସ ଘୋଷଣା କରିଥିଲା।

 



from OTV Khabar http://bit.ly/2BOgg0a
ମେଲ୍‌ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ OTV KHABAR BUREAU ମେଲ୍‌ବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ ଦ୍ୱିତୀୟ ଇଂନିସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ OTV KHABAR BUREAU Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.