ମେଲବୋର୍ଣ୍ଣ ଟେଷ୍ଟର ୩ୟ ଦିନରେ ୧୫୧ ରନ୍‌ରେ ଅଷ୍ଟ୍ରେଲିଆ ଅଲଆଉଟ୍

ମେଲବୋର୍ଣ୍ଣ ୨୮|୧୨: ମେଲବୋର୍ଣ୍ଣ ଟେଷ୍ଟରେ ଭାରତର ଦବ୍ ଦବା । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୫୧ ରନରେ ଅଲଆଉଟ୍  ହୋଇଯାଇଛି । ଭାରତଠାରୁ ଅଷ୍ଟ୍ରେଲିଆ ୨୯୨ ରନ୍ ପଛରେ ରହିଛି ।  ପ୍ରଥମ ଇନିଂସରେ ଭାରତର ୪୪୩ ରନ୍ ଜବାବରେ ବ୍ୟାଟିଂ କରିବାକୁ ଆସି ଅଷ୍ଟ୍ରେଲିଆର ସ୍ଥିତି ଦୋହଲି ଯାଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୬ ୱିକେଟ୍ ନେଇ ଘରୋଇ ଟିମ୍ ର ବ୍ୟାଟିଂ ଲାଇନ ଅପ୍ କୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲେ। ବୁମରାହ ୧୫.୫ ଓଭରରେ ମାତ୍ର ୩୩ ରନ୍  ଦେଇ ୬ଟି ୱିକେଟ ନେଇଛନ୍ତି। ରବୀନ୍ଦ୍ର ଜାଡ଼େଜା ୨ଟି ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ତେବେ ୨୯୨ ରନ୍  ଲିଡ୍  ନେଇଥିଲେ ମଧ୍ୟ ଘରୋଇ ଟିମ୍ କୁ ଫଲୋଅନ୍  ନଦେଇ ଟିମ୍ ଇଣ୍ଡିଆ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି। ଆଜି ମେଲବୋର୍ଣ୍ଣ ଟେଷ୍ଟର ତୃତୀୟ ଦିନ ହୋଇଥିବା ବେଳେ କୋହଲିଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ  ପାଇଁ ଏହି ମ୍ୟାଚ୍  ଜିତିବା ସମ୍ଭାବନା ଅଛି। ପୂର୍ବରୁ ଭାରତ ଆଡିଲେଡ୍ ରେ ପ୍ରଥମ ଟେଷ୍ଟ ଜିତିଥିବା ବେଳେ ଅଷ୍ଟ୍ରେଲିଆ ପର୍ଥରେ ଦ୍ବିତୀୟ ଟେଷ୍ଟ ଜିତିଛି। ସିରିଜ୍  ୧-୧ରେ ବରାବର ରହିଛି।



from News7 http://bit.ly/2CB1Y4j
ମେଲବୋର୍ଣ୍ଣ ଟେଷ୍ଟର ୩ୟ ଦିନରେ ୧୫୧ ରନ୍‌ରେ ଅଷ୍ଟ୍ରେଲିଆ ଅଲଆଉଟ୍ ମେଲବୋର୍ଣ୍ଣ ଟେଷ୍ଟର ୩ୟ ଦିନରେ ୧୫୧ ରନ୍‌ରେ ଅଷ୍ଟ୍ରେଲିଆ ଅଲଆଉଟ୍ Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.