ପଦ୍ମପୁର ଦହିଗାଁ ଅଞ୍ଚଳରେ ହାତୀ ଉପଦ୍ରବ ; ଧାନ ମଣ୍ଡିରେ ପଶି ଧାନ ଖାଇଲେ ହାତୀ ପଲ

ପଦ୍ମପୁର ୩୧|୧୨: ବରଗଡ ପଦ୍ମପୁର ଉପଖଣ୍ଡ ଦହିଗାଁ ପଂଚାୟତ ମାର୍କେଟ ୱାର୍ଡରେ ହାତୀ ଉପଦ୍ରବ । ଧାନ ମଣ୍ଡିରେ ପଶି ଧାନ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି ହାତୀ ପଲ । ଚାଷୀର ବର୍ଷକର ଅମଳ ଧାନକୁ ଖାଇଯାଇଛନ୍ତି ହାତୀ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛି । କିଛି ଦିନ ତଳେ ଏହି ଅଞ୍ଚଳରେ ୧୬ରୁ ୧୭ଟି ହାତୀ ବୁଲୁଥିବାର ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ହାତୀ ଘଉଡାଇବା ପାଇଁ ଠୋସ୍ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।



from News7 http://bit.ly/2SuioRw
ପଦ୍ମପୁର ଦହିଗାଁ ଅଞ୍ଚଳରେ ହାତୀ ଉପଦ୍ରବ ; ଧାନ ମଣ୍ଡିରେ ପଶି ଧାନ ଖାଇଲେ ହାତୀ ପଲ ପଦ୍ମପୁର ଦହିଗାଁ ଅଞ୍ଚଳରେ ହାତୀ ଉପଦ୍ରବ ; ଧାନ ମଣ୍ଡିରେ ପଶି ଧାନ ଖାଇଲେ ହାତୀ ପଲ Reviewed by SUBHENDU BARAL on December 31, 2018 Rating: 5

No comments:

Powered by Blogger.