ମୁମ୍ବାଇ ତିଲକନଗରରେ ଭୟାବହ ଅଗ୍ନିକାଣ୍ଡ ; ୫ ମୃତ, ୨ ଗୁରୁତର

ମୁମ୍ବାଇ ୨୮|୧୨: ମୁମ୍ବାଇ ତିଲକନଗର ସ୍ଥିତ ଗଣେଷ ଗାର୍ଡେନର ସରଗମ୍ ସୋସାଇଟିର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି । ଜୀବନ୍ତ ଦଗ୍ଧ ହୋଇଥିବା ୫ ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ଜଣାପଡିଛି । ତିନି ମହିଳାଙ୍କ ବୟସ ୭୨ ରୁ ୮୩ ବର୍ଷ ମଧ୍ୟରେ ଥିବା ବେଳେ ଅନ୍ୟଜଣଙ୍କର ବୟସ ୫୨ ବର୍ଷ ହେବ । ନିଆଁକୁ ଆୟତ କରିବାକୁ ଯାଇ ଜଣେ ଅଗ୍ନିଶମ କର୍ମଚାରୀଙ୍କ ସମେତ ୨ଜଣଙ୍କ ଗୁରୁତର ହୋଇଛନ୍ତି । ୧୫ ମହଲା ବିଶିଷ୍ଟ ଏହି ଉଚ୍ଚ ଅଟ୍ଟାଳିକାର ୧୪ ମହାଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଏଭଳି ଘଟିଥିବା ଅନୁମାନ କରାଯାଉଛି ।



from News7 http://bit.ly/2ES635W
ମୁମ୍ବାଇ ତିଲକନଗରରେ ଭୟାବହ ଅଗ୍ନିକାଣ୍ଡ ; ୫ ମୃତ, ୨ ଗୁରୁତର ମୁମ୍ବାଇ ତିଲକନଗରରେ ଭୟାବହ ଅଗ୍ନିକାଣ୍ଡ ; ୫ ମୃତ, ୨ ଗୁରୁତର Reviewed by SUBHENDU BARAL on December 28, 2018 Rating: 5

No comments:

Powered by Blogger.