ବିଜୟା ଦଶମୀରେ ହେବ ରାବଣ ପୋଡ଼ି; ରାବଣ ପ୍ରତିକୃତି ନିର୍ମାଣରେ ବ୍ୟସ୍ତ ଚିତ୍ରଶିଳ୍ପୀ Rosalin Rath

ଭୁବନେଶ୍ୱର: ବିଜୟା ଦଶମୀରେ ହେବ ରାବଣ ପୋଡ଼ି। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ।

ରାବଣ ପୋଡ଼ି ପାଇଁ ପୁରୁଣା ଭୁବନେଶ୍ୱରର ଚିତ୍ରକର ରାଜକିଶୋର ମହାପାତ୍ରଙ୍କ ପରିବାର ରାବଣ ପ୍ରତିକୃତି କାମରେ ଲାଗି ପଡ଼ିଛନ୍ତି। କିଏ ରଙ୍ଗ ଲଗାଉଛି ତ କିଏ ଅଠା ପ୍ରସ୍ତୁତ କରୁଛି। ୬୦ରୁ ୮୦ ଫୁଟ ଉଚ୍ଚତାର ରାବଣ ପ୍ରତିକୃତି ଏମାନେ ପ୍ରସ୍ତୁତ କରୁଛନ୍ତି। ଚଳିତ ବର୍ଷ ରାଜଧାନୀ ସମେତ ପୁରୀ, ଜଟଣୀ ଆଦି ଅଞ୍ଚଳରୁ ଅର୍ଡର ଆସିଛି। ଗୋଟିଏ ରାବଣ ପ୍ରତିକୃତି ପାଇଁ ୧୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଦର ରଖିଛନ୍ତି ରାଜକିଶୋର।

୩୦ ବର୍ଷ ହେଲା ଏହି ପରିବାର ରାବଣ ପ୍ରତିକୃତି ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏହାସହ ବିଭିନ୍ନ ପଟ୍ଟଚିତ୍ର ମଧ୍ୟ ପ୍ରସ୍ତୁତ କରନ୍ତି ଏହି ପରିବାର। ଏଥିପାଇଁ ଘରର ସମସ୍ତେ ରାବଣ ପ୍ରତିକୃତି ପ୍ରସ୍ତୁତ କାମରେ ଲାଗି ପଡ଼ନ୍ତି।

(ଭୁବନେଶ୍ୱରରୁ ସନ୍ତୋଷ ନାୟକଙ୍କ ସହ ନିରଂଜନ ରେଡ୍ଡୀଙ୍କ ରିପୋର୍ଟ)



from OTV Khabar https://ift.tt/2pY9Rd3
ବିଜୟା ଦଶମୀରେ ହେବ ରାବଣ ପୋଡ଼ି; ରାବଣ ପ୍ରତିକୃତି ନିର୍ମାଣରେ ବ୍ୟସ୍ତ ଚିତ୍ରଶିଳ୍ପୀ Rosalin Rath ବିଜୟା ଦଶମୀରେ ହେବ ରାବଣ ପୋଡ଼ି; ରାବଣ ପ୍ରତିକୃତି ନିର୍ମାଣରେ ବ୍ୟସ୍ତ ଚିତ୍ରଶିଳ୍ପୀ Rosalin Rath Reviewed by SUBHENDU BARAL on October 18, 2018 Rating: 5

No comments:

Powered by Blogger.