
ରତଲାମ: ମଧ୍ୟ ପ୍ରଦେଶର ଗୋଧରା ଓ ରତଲାମ୍ ମଧ୍ୟରେ ଏକ ଟ୍ରକ୍ ସହିତ ଧକ୍କା ହେବା ପରେ ଲାଇନ୍ଚ୍ୟୁତ ହୋଇଛି ତ୍ରିଭେନ୍ଦ୍ରମ୍ ରାଜଧାନୀ ଏକ୍ସପ୍ରେସ୍।
ଚାନ୍ଦଲା ଷ୍ଟେସନ୍ ନିକଟରେ ସମପାର ଫାଟକରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍କୁ ଧକ୍କା ଦେବା ପରେ ରାଜଧାନୀ ଏକ୍ସପ୍ରେସ୍ର ଦୁଇଟି କୋଚ୍ ଲାଇନ୍ଚ୍ୟୁତ୍ ହୋଇଛି। ଏଥିରେ ଟ୍ରେନ୍ରେ ଥିବା କୌଣସି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିନାହିଁ।
ଦୁର୍ଘଟଣାରେ ଟ୍ରକ୍ଟି ଭାଙ୍ଗିରୁଜି ଯାଇଥିବା ବେଳେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି।
ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ୍ରେ ଏହି ଘଟଣା ଘଟିଛି। ଟ୍ରେନ୍ ଆସୁଥିବା ଯୋଗୁ ଫାଟକର ଗେଟ୍ ବନ୍ଦ ଥିଲା। କିନ୍ତୁ ଟ୍ରକ୍ଟି ଫାଟକର ଗେଟ୍ ଭାଙ୍ଗି ଚାଲି ଯାଇଥିଲା ଏବଂ ଟ୍ରେନ୍ ସହିତ ଧକ୍କା ହୋଇଥିଲା। ଟ୍ରେନ୍ର କୋଚ୍ ନମ୍ବର ୭ ଓ ୮ ମଝିରେ ଟ୍ରକ୍ଟି ବାଡ଼େଇ ହୋଇଥିଲା।
ଲାଇନ୍ଚ୍ୟୁତ୍ ହୋଇଥିବା ଦୁଇଟି କୋଚ୍ର ଯାତ୍ରୀଙ୍କୁ ଅନ୍ୟ କୋଚ୍ରେ ବସାଯାଇଥିଲା ଓ ଟ୍ରେନ୍ ପୁଣି ଯାତ୍ରା ଆରମ୍ଭ କରିଥିଲା।
from OTV Khabar https://ift.tt/2NKkVE1
ରାଜଧାନୀ ଏକ୍ସପ୍ରେସ୍ ଲାଇନଚ୍ୟୁତ Rosalin Rath
Reviewed by SUBHENDU BARAL
on
October 18, 2018
Rating:
No comments: