ବାଉଦପୁରରେ ତିନିଶହ ବର୍ଷ ଧରି ହୋଇ ଆସୁଛି ଦୁର୍ଗାପୂଜା Rosalin Rath

ଭଦ୍ରକ: ଭଦ୍ରକ ଜିଲ୍ଲା ବାଉଦପୁରରେ ଦୁର୍ଗା ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଠାରେ ୩୦୦ ବର୍ଷ ଧରି ବଙ୍ଗୀୟ ପରମ୍ପରା ଅନୁସାରେ ମା’ ପୂଜା ପାଉଛନ୍ତି। ମା’ଙ୍କ ନବମୀ ପୂଜା ଦେଖିବା ପାଇଁ ମଣ୍ଡପ ପାଖରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ବାଉଦପୁରରେ ବଙ୍ଗୀୟ ପରିବାରଙ୍କ ପକ୍ଷରୁ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ପରିବାର ସଦସ୍ୟମାନେ ପୂଜାକୁ ଆଗେଇ ନେଉଛନ୍ତି। ସେମାନେ ଯେଉଁଠି ରହିଲେ ମଧ୍ୟ ଘରକୁ ଫେରି ପୂଜାକୁ ଧୂମ୍‌ଧାମ୍‌ରେ ପାଳନ କରୁଛନ୍ତି। ଆଉ ଏହାର ଆକର୍ଷଣରେ ପ୍ରଭାବିତ ହୋଇ ନିକଟସ୍ଥ ଜାନୁଗଞ୍ଜ ଅଞ୍ଚଳରେ ମଧ୍ୟ ପ୍ରାୟ ୨୦୦ ବର୍ଷ ଧରି ଦୁର୍ଗାପୂଜା ପାଳିତ ହୋଇଆସୁଛି।

ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ସୁସଜ୍ଜିତ ହୋଇ ରହିଛି ପୂଜାମଣ୍ଡପ। ଢୋଲ ଓ ମହୁରୀରେ ପ୍ରକମ୍ପିତ ହେଉଛି ପରିବେଶ। ତେବେ ଭଞ୍ଜନଗର ଜଳସେଚନ ବିଭାଜନ ସାଂସ୍କୃତିକ ପରିଷଦ-ବିଡେକାର ପୂଜା ମଣ୍ଡପ ଅଧିକ ଆକର୍ଷଣୀୟ ହୋଇଛି। ୫୦ ବର୍ଷ ପୂର୍ତ୍ତି ଅବସରରେ ସୁଉଚ୍ଚ ତୋରଣ ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହୁଛି।

(ଭଦ୍ରକରୁ ତପନ ସ୍ୱାଇଁଙ୍କ ସହ ଭଞ୍ଜନଗରରୁ ପ୍ରଦୀପ ସ୍ୱାଇଁଙ୍କ ରିପୋର୍ଟ)

 



from OTV Khabar https://ift.tt/2NPCGSq
ବାଉଦପୁରରେ ତିନିଶହ ବର୍ଷ ଧରି ହୋଇ ଆସୁଛି ଦୁର୍ଗାପୂଜା Rosalin Rath ବାଉଦପୁରରେ ତିନିଶହ ବର୍ଷ ଧରି ହୋଇ ଆସୁଛି ଦୁର୍ଗାପୂଜା Rosalin Rath Reviewed by SUBHENDU BARAL on October 18, 2018 Rating: 5

No comments:

Powered by Blogger.