
ବାସୁଦେବପୁର: ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରଞ୍ଜନ ଓ ଗୀତାରାଣୀ ମଳିକ।
ସୂଚନା ଅନୁସାରେ, ଗାଁର ଭଶାଳୀ ମଳିକଙ୍କ ପୁଅ ରଞ୍ଜନ ୬ମାସ ତଳେ ବାଲେଶ୍ୱର ଜିଲ୍ଲାର ଶ୍ରୀଜଙ୍ଗ ଅଞ୍ଚଳର ଗୀତାଙ୍କୁ ଭଲ ପାଇ ବିବାହ କରିଥିଲେ। ବିବାହର କିଛିଦିନ ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ୍ଠାକ୍ ଚାଲିଥିଲା। ହେଲେ ଗତକାଲି କୌଣସି କାରଣରୁ ଦୁଇଜଣ ନିଜର ଶୋଇବା ଘରେ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।
ଆଜି ଶୋଇବା ଘରର କବାଟ ନଖୋଲିବାରୁ ରଞ୍ଜନଙ୍କ ମାଆ ଡାକିଥିଲେ। ହେଲେ କବାଟ ନଖୋଲିବାରୁ ସେ ପଡୋଶୀଙ୍କୁ କହିଥିଲେ। ପଡୋଶୀମାନେ ଆସି ଘରର କବାଟ ତାଡିବା ପରେ ଦୁଇଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
from OTV Khabar https://ift.tt/2PdCuRR
ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Rosalin Rath
Reviewed by SUBHENDU BARAL
on
October 21, 2018
Rating:
No comments: