ରାଜଧାନୀରୁ ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ; ଗୋଟିଏ ବନ୍ଧୁକ ଏବଂ ଗୁଳି ଜବତ

ଭୁବନେଶ୍ବର ୨୧|୧୦: ରାଜଧାନୀରୁ ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଏମାନଙ୍କୁ ଗିରଫ କରିଛି। ଗିରଫ ୨ଜଣ ହେଲେ ସୁନୀଲ ଏବଂ ସଂଗ୍ରାମ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ କରାଯାଇଛି । ତମାଣ୍ଡୋ ଥାନା କଳିଙ୍ଗନଗର ଅଞ୍ଚଳରେ ବଡ ଧରଣର ଡକାୟତି ଉଦ୍ୟମ ବେଳେ ଏମାନଙ୍କୁ ଗିରଫ କରିଛି ପୋଲିସ । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି କ୍ବିଏଟି । ସେମାନେ ବନ୍ଧୁକ କେଉଁଠାରୁ ଆଣୁଥିଲେ କଣ ଥିଲା ତାଙ୍କର ଯୋଜନା ଏ ପୂରା ଘଟଣା ଉପରେ ନଜର ରଖିଛି ପୋଲିସ ।  ପୋଲିସ ପୂର୍ବରୁ ମଧ୍ୟ ସେ ଦୁଇଜଣଙ୍କ ଉପରେ ନଜର ରଖିଥିଲା । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି । ବନ୍ଧୁକ କାରବାର ମାମଲାରେ ମଧ୍ୟ ସେମାନେ ଜଡିତ ଥିଲେ । ଦୀର୍ଘଦିନରୁ କ୍ବିଏଟି ମଧ୍ୟ ସେମାନଙ୍କ ଉପରେ ନଜର ରଖିଥିଲା ।



from News7 https://ift.tt/2PIS58U
ରାଜଧାନୀରୁ ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ; ଗୋଟିଏ ବନ୍ଧୁକ ଏବଂ ଗୁଳି ଜବତ ରାଜଧାନୀରୁ ୨ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ; ଗୋଟିଏ ବନ୍ଧୁକ ଏବଂ ଗୁଳି ଜବତ Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.