
ଢେଙ୍କାନାଳ: ଢେଙ୍କାନାଳର ବହୁ ଚର୍ଚ୍ଚିତ ସୁନା ବ୍ୟବସାୟୀ ମଣ୍ଟୁ ପାତ୍ର ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ସଞ୍ଜୟ କୁମାରଙ୍କୁ ପୁଲିସ୍ ଗିରଫ କରିଛି। ତାଙ୍କ ଘର ହରିୟାଣାରେ ଏବଂ ସେ ସେନାର ଜଣେ ଯବାନ ବୋଲି ଜଣାପଡ଼ିଛି।
ପୁଲିସ୍ର ସୂଚନା ଅନୁସାରେ, ମୃତ ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ସହ ସଞ୍ଜୟଙ୍କ ଫେସବୁକ୍ ମାଧ୍ୟମରେ ପ୍ରଥମେ ସଂପର୍କ ଗଢ଼ିଉଠିଥିଲା। ପରେ ଏହି ସଂପର୍କ ପ୍ରେମରେ ପରିଣତ ହୋଇଥିଲା। ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ନିଜକୁ ଅବିବାହିତ କହିବା ସହ ସଞ୍ଜୟଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।
ଏମିତିକି ତାଙ୍କୁ ଦେଖା କରିବା ପାଇଁ ସଞ୍ଜୟ ଅନେକ ଥର ହରିୟାଣାରୁ ଢେଙ୍କାନାଳ ଆସିବା ସହ କିଛି ଟଙ୍କା ମଧ୍ୟ ଦେଇଥିଲେ। ଖାଲି ସେତିକି ନୁହେଁ ସଞ୍ଜୟଙ୍କ ବ୍ୟତୀତ ଉକ୍ତ ମହିଳାଙ୍କର ଏକାଧିକ ପୁରୁଷଙ୍କ ସହ ସଂପର୍କ ଥିଲା। ତେବେ ଏହି ଖବର ମଣ୍ଟୁ ପାତ୍ର ଜାଣି ଯାଇଥିଲେ। ସ୍ୱାମୀ ସବୁ ଜାଣି ଯିବା ଜାଣି ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଉକ୍ତ ମହିଳା ପୂରା ହତ୍ୟାକାଣ୍ଡ ରଚିଥିଲେ।
ଗତ ସେପ୍ଟେମ୍ବର ୩ ତାରିଖରେ ମଣ୍ଟୁଙ୍କୁ ହତ୍ୟା କରିବା ପାଇଁ ସଞ୍ଜୟ ହରିୟାଣାରୁ ଢେଙ୍କାନାଳକୁ ଆସିଥିଲେ। ହତ୍ୟାକାଣ୍ଡ ପରେ ଉକ୍ତ ଦିନ ୩ଟା ସମୟରେ କଟକ, ସେଠାରୁ କୋଲକାତା ଦେଇ ନିଜ ଗାଁକୁ ଚାଲି ଯାଇଥିଲେ।
ପୁଲିସ୍ ହତ୍ୟାରେ ସଂପୃକ୍ତ କଟୁରୀକୁ ମଧ୍ୟ ଜବତ କରିଛି। ପୂର୍ବରୁ ଏହି ଘଟଣାରେ ମଣ୍ଟୁଙ୍କ ସ୍ତ୍ରୀକୁ ପୁଲିସ୍ ଗିରଫ କରିସାରିଛି।
from OTV Khabar https://ift.tt/2S477Ys
No comments: