
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଯୋଧ୍ୟା ଗାଁ ନିକଟ କାଠପାଳ ପୋଲ ଠାରେ ସୋନ ନଦୀ ଭିତରୁ ପୁରାତନ ମନ୍ଦିରର ଭଗ୍ନାବଶେଷ ମିଳିଛି।
କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବା ବେଳେ ଏହି ସବୁ ଭଗ୍ନାବଶେଷ ଦେଖିବାକୁ ପାଇଥିଲେ। ଏହା ପଥର, ଇଟା ଓ ଚୂନରେ ତିଆରି ହୋଇଥିବା ଜଣାପଡଡ଼ିଛି।
ପୂର୍ବରୁ ଏହି ସ୍ଥାନରେ ଜନବସତି ଥିଲା। କାଳକ୍ରମେ ସୋନ ନଦୀର ଗତିପଥ ବଦଳିଯିବାରୁ ଜନବସତି ନଦୀ ଗର୍ଭରେ ମିଶି ଯାଇଥିବା ଗ୍ରାମବାସୀ କହିଛନ୍ତି।
ପୂର୍ବରୁ ମଧ୍ୟ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ମାଟିତଳୁ ବହୁ ପୂରାତନ ମୂର୍ତ୍ତି ଉଦ୍ଧାର ହୋଇଛି। ପ୍ରତ୍ନତାତ୍ତ୍ୱିକ ବିଭାଗ ଏନେଇ ଦୃଷ୍ଟି ଦେଇ ଗବେଷଣା କଲେ ବହୁ ପ୍ରାଚୀନ କୀର୍ତ୍ତି ଲୋକଲୋଚନକୁ ଆସିପାରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
from OTV Khabar https://ift.tt/2PWAbQh
ନଦୀ ଭିତରୁ ମିଳିଲା ପୁରାତନ ମନ୍ଦିରର ଭଗ୍ନାବଶେଷ OTV KHABAR BUREAU
Reviewed by SUBHENDU BARAL
on
October 26, 2018
Rating:
No comments: