
କଟକ: କଟକରେ ଆଇନଜୀବୀଙ୍କୁ ପୁଲିସ୍ର ମାଡ଼ ପ୍ରସଙ୍ଗ ଥମିବାର ନାଁ ନେଉନି। ଆଜି ପୁଣିଥରେ ଏ ସମ୍ପର୍କରେ ହାଇକୋର୍ଟ ବାର ଆସୋସିଏସନ୍ର ଏକ ସାଧାରଣ ପରିଷଦ ବୈଠକ ବସିବ। ଏହି ବୈଠକରେ ଆଗକୁ ଆନ୍ଦୋଳନର ରୂପରେଖ କ’ଣ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ।
ଏହି ମାମଲାରେ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଥିଲେ ହେଁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଅଡ଼ି ବସିଛି ହାଇକୋର୍ଟ ବାର ଆସୋସିଏସନ୍। ଏଥିସହ ଘଟଣାକୁ ପ୍ରାୟ ଦୁଇ ମାସ ହୋଇ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସେମାନଙ୍କ ସହ ଆଲୋଚନା କରି ନଥିବାରୁ ସଂଘ ଅସନ୍ତୁଷ୍ଟ ରହିଛି। ଅନ୍ୟପଟେ ପାଖାପାଖି ଦୁଇ ମାସ ହେବ ଓକିଲଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ଅଚଳ ହୋଇ ପଡ଼ିଛି।
from OTV Khabar https://ift.tt/2OQ4yva
ଥମୁନି ଆଇନଜୀବୀଙ୍କୁ ପୁଲିସ୍ର ମାଡ଼ ଘଟଣା OTV KHABAR BUREAU
Reviewed by SUBHENDU BARAL
on
October 26, 2018
Rating:
No comments: