ଅମୃତସର ଟ୍ରେନ୍‌ ଦୁର୍ଘଟଣା: ଡ୍ରାଇଭରଙ୍କ ବୟାନକୁ ଖଣ୍ଡନ କଲେ ଲୋକେ, କହିଲେ ଏମିତି… OTV KHABAR BUREAU

ଅମୃତସର: ରାବଣ ପୋଡ଼ି ବେଳେ ଟ୍ରେନ ମାଡ଼ିଯିବାରୁ ୬୧ ଜଣଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହି ଘଟଣାକୁ ନେଇ ଟ୍ରେନ୍‌ ଡ୍ରାଇଭରଙ୍କ ବୟାନକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣା ପରେ ପରେ ଲୋକେ ଟ୍ରେନ୍‌ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ, ତେଣୁ ସେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରେନ୍‌କୁ ନେଇ ପଳାଇଥିଲେ ବୋଲି ଡ୍ରାଇଭର ବୟାନ ଦେଇଥିଲେ।

ତେବେ ପଥର ଫିଙ୍ଗା କଥା ସଂପୂର୍ଣ୍ଣ ମିଛ ବୋଲି ସ୍ଥାନୀୟ କାଉନସିଲର ଶୈଳେନ୍ଦ୍ର ସିଂ ଶାଲ୍ଲି କହିଛନ୍ତି। ଟ୍ରେନ୍‌ ଯେଉଁ ଗତିରେ ଥିଲା ଏବଂ ଘଟଣା ପରେ ଯେଉଁ ପ୍ରକାର ପରିବେଶ ସୃଷ୍ଟିଥିଲା, ସେତେବେଳେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ, ସେ ସମୟରେ ପଥର ଫିଙ୍ଗିବା ସମ୍ଭବ ନୁହଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ, ଅକ୍ଟୋବର ୧୯ ତାରିଖ ରାତିରେ ଘଟିଥିବା ଏହି ଘଟଣାକୁ ନେଇ ପଞ୍ଜାବରେ ଉତ୍ତେଜନା ଏବେବି ଲାଗି ରହିଛି। ଆନ୍ଦୋଳନକାରୀମାନେ ରେଲ୍‌ୱେ ରୁଟ୍‌କୁ ଅବରୋଧ କରିବା ପାଇଁ ପ୍ରୟାସ କରୁଥିବା ବେଳେ ପୁଲିସ୍‌ ସହ ସଂଘର୍ଷ ହୋଇଥିବା ଜଣାପଡ଼ିଛି। ସେପଟେ ବିରୋଧୀ ଦଳ ଏହି ଘଟଣାରେ ଶାସକ ଦଳ କଗ୍ରେଂସକୁ ଟାର୍ଗେଟ କରିବା ସହ ଅବହେଳା ପାଇଁ ଦଳର ନେତାମାନଙ୍କୁ ଦାୟୀ କରିଛି।



from OTV Khabar https://ift.tt/2yqrSpe
ଅମୃତସର ଟ୍ରେନ୍‌ ଦୁର୍ଘଟଣା: ଡ୍ରାଇଭରଙ୍କ ବୟାନକୁ ଖଣ୍ଡନ କଲେ ଲୋକେ, କହିଲେ ଏମିତି… OTV KHABAR BUREAU ଅମୃତସର ଟ୍ରେନ୍‌ ଦୁର୍ଘଟଣା: ଡ୍ରାଇଭରଙ୍କ ବୟାନକୁ ଖଣ୍ଡନ କଲେ ଲୋକେ, କହିଲେ ଏମିତି… OTV KHABAR BUREAU Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.