ଦୀପାବଳି ବାଣଫୁଟା ପାଇଁ ସର୍କୁଲାର ଜାରି OTV KHABAR BUREAU

ଭୁବନେଶ୍ୱର: ବାଣ ଫୁଟା କଟକଣା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟରେ କଡ଼ାକଡ଼ି ପାଳନ କରାଯିବ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଦୀପାବଳି ବାଣଫୁଟା ପାଇଁ ରାଜ୍ୟରେ ସର୍କୁଲାର ଜାରି କରାଯାଇଛି।

ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ମାତ୍ର ୨ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ମିଳିବ ବୋଲି ଆଜି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

କଟକ ପୁଲିସ୍‌ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ସମ୍ବେଦନଶୀଳ ଜାଗାରେ ବାଣ ଫୁଟାଇବାକୁ କଡ଼ାକଡ଼ି ବାରଣ କରାଯାଇଛି। ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ସମସ୍ତଙ୍କୁ ବାଣ ଫୁଟାଇବାକୁ ପରାମର୍ଶ ଦିଆଯାଇଥିବା ଡିଜିପି ସୂଚନା ଦେଇଛନ୍ତି।



from OTV Khabar https://ift.tt/2Pn9irr
ଦୀପାବଳି ବାଣଫୁଟା ପାଇଁ ସର୍କୁଲାର ଜାରି OTV KHABAR BUREAU ଦୀପାବଳି ବାଣଫୁଟା ପାଇଁ ସର୍କୁଲାର ଜାରି OTV KHABAR BUREAU Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.