
ଭୁବନେଶ୍ୱର: ସିବିଆଇ ବ୍ୟାପାରରେ କେନ୍ଦ୍ରର ହସ୍ତକ୍ଷେପକୁ ବିରୋଧ କରିଛି କଂଗ୍ରେସ। ଏହାର ପ୍ରତିବାଦରେ ଦେଶବ୍ୟାପୀ ସିବିଆଇ ଅଫିସ୍ ଆଗରେ ଧାରଣା ଦେଇଛି ଦଳ।
ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଆଗରେ ମଧ୍ୟ ରାଜ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ନେତା ଓ କର୍ମୀ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି।
ବିରୋଧୀଙ୍କୁ ଡରାଇବା ଓ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କେନ୍ଦ୍ରର ମୋଦି ସରକାର ସିବିଆଇକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଂଗ୍ରେସ କହିଛି। ବହୁ ଚର୍ଚ୍ଚିତ ରାଫେଲ୍ ଦୁର୍ନୀତିକୁ ଚପାଇବା ଲାଗି ରାତାରାତି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ରାଜ୍ୟ କଂଗ୍ରେସ୍ କହିବା ସହିତ ସିବିଆଇ କାର୍ଯ୍ୟରେ କେନ୍ଦ୍ରର ହସ୍ତକ୍ଷେପକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ।
from OTV Khabar https://ift.tt/2RhqZWJ
ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟ ଆଗରେ ରାଜ୍ୟ କଂଗ୍ରେସର ବିକ୍ଷୋଭ OTV KHABAR BUREAU
Reviewed by SUBHENDU BARAL
on
October 26, 2018
Rating:
Reviewed by SUBHENDU BARAL
on
October 26, 2018
Rating:
No comments: