ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଜେଏଏଲ୍ ମୁଖ୍ୟ ନବୀନ ଜିନ୍ଦଲ OTV KHABAR BUREAU

ଭୁବନେଶ୍ୱର: ଜେଏଏଲ୍ ମୁଖ୍ୟ ନବୀନ ଜିନ୍ଦଲ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଭେଟିଛନ୍ତି। ତାଙ୍କ କଂପାନିର ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ କୋଇଲାର ଅଭାବ ଓ ଲୁହା ପଥର ଦର ବୃଦ୍ଧି ସଂପର୍କରେ ସେ ଆଲୋଚନା କରିଛନ୍ତି।

କୋଇଲା ଅଭାବ ସାଙ୍ଗକୁ ତିନି ବର୍ଷରେ ଲୁହାପଥର ମୂଲ୍ୟ ଦୁଇ ଗୁଣା ବଢ଼ିଯିବାରୁ କାରଖାନା ଚଲାଇବା ଏବେ ଚ୍ୟାଲେଞ୍ଜ ହୋଇପଡ଼ିଛି. ଏଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସେ ନିବେଦନ କରିଛନ୍ତି।

ଏସବୁ ସତ୍ତ୍ୱେ ଜିନ୍ଦଲ ପକ୍ଷରୁ ଅନୁଗୁଳ ପ୍ଲାଣ୍ଟରେ ଅଧିକରୁ ଅଧିକ ନିବେଶ କରାଯିବ। ଦେଶରେ ଇସ୍ପାତ କ୍ରାନ୍ତି ପାଇଁ କେନ୍ଦ୍ର ସରକାରଙ୍କ ଆହ୍ୱାନରେ ସାମିଲ ହୋଇ ସେ ଓଡ଼ିଶାରୁ ଏହି ସଫଳତା ହାସଲ କରିବେ। ଏଣୁ ଓଡ଼ିଶାର ଅନୁଗୁଳ ପ୍ଲାଣ୍ଟରୁ ୨୦ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ସେ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।



from OTV Khabar https://ift.tt/2D5qRXu
ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଜେଏଏଲ୍ ମୁଖ୍ୟ ନବୀନ ଜିନ୍ଦଲ OTV KHABAR BUREAU ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଜେଏଏଲ୍ ମୁଖ୍ୟ ନବୀନ ଜିନ୍ଦଲ OTV KHABAR BUREAU Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.