ପଶ୍ଚିମ ଓଡିଶାରେ ଦୁଇ ଦିନ ଭିତରେ ୫ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ : ସମ୍ବଲପୁରରେ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, ସରକାରଙ୍କୁ ଘେରିଲା ବିଜେପି
ଭୁବନେଶ୍ବର ୨୬|୧୦: ପଶ୍ଚିମ ଓଡିଶାରେ ଥମୁନି ଚାଷୀ ଆତ୍ମହତ୍ୟା। । ଦୁଇ ଦିନ ଭିତରେ ୫ଜଣ ଚାଷୀ ଆତ୍ମହତ୍ୟା କରିଥିବା ବିଜେପି ଅଭିଯୋଗ କରିଛି। ମରୁଡି ଓ ରୋଗପୋକ ଯୋଗୁ ଫସଲହାନୀ ଚିନ୍ତାରେ ପଡି ଚାଷୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। କଳାହାଣ୍ଡି କୋକସରା ବ୍ଲକ ଗମ୍ଭାରୀଗୁଡା ଗାଁର ପରମାନନ୍ଦ ଲହଜଲ ଓ ସୁନାମାଲ ଗାଁର ଗଣେଶ ସାହୁ ଧାନ ଚାଷ ଉଜୁଡିଯାଇଥିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେହିପରି ସମ୍ବଲପୁର ମାନେଶ୍ବର ବ୍ଲକର ହୁମା ପଞ୍ଚାୟତର ଗୌତମ ସେଠ, ଝାରସୁଗୁଡା ରେଙ୍ଗାଲିର ବାହାଦୁର କହଁର, ବଲାଙ୍ଗୀର ଜିଲ୍ଲାର ବେଲପଡାର ଚତୁର୍ଭୁଜ ପାତ୍ର ଏବଂ ସୁନ୍ଦରଗଡ ଜିଲ୍ଲାର ଟାଙ୍ଗରପଲି ବ୍ଲକର ପୂର୍ଣ୍ଣଚନ୍ଦ୍ର ସେଠ ଧାନ ଫସଲ ଉଜୁଡିଯାଇଥିବାରୁ ଜୀବନ ହାରିଥିବା ଅଭିଯୋଗ ହୋଇଛି।
ଫସଲ ବୀମା ରାଶି ପ୍ରଦାନ ଏବଂ ମରୁଡି ଘୋଷଣା ଦାବି ନେଇ ଆଜି ସମ୍ବଲପୁରରେ ଚକାଜାମ କରିଥିଲେ ଚାଷୀ। ଜିଲ୍ଲାପାଳଙ୍କ ଅଫିସ ଆଗରେ ୨୫ ଦିନ ଧାରଣାରେ ବସିବା ପରେ ସରାକର କିଛି ସମସ୍ୟାର ସମାଧାନ ନକରିବାରୁ ଆଜି ଚାଷୀ ସଙ୍ଗଠନମାନେ ରାଜରାସ୍ତା ଅବରୋଧ କରିଥିଲେ।
ଏପଟେ ବିଜେପି ଭୁବନେଶ୍ବରରେ ସମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଘେରିଛି। ଦୁଇ ଦିନରେ ୫ଜଣ ଚାଷୀ ଆତ୍ମ ହତ୍ୟା କଲେଣି କିନ୍ତୁ ରାଜ୍ୟସରକାରଙ୍କ ନିଦ ଭାଙ୍ଗୁନି । ଚାଷୀ ଦୁଶ୍ଚିନ୍ତାରେ ଥିବା ବେଳେ ରାଜ୍ୟସରକାର ହକି ଖେଳରେ ମାତିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଏପଟେ ଏହାର ଜବାବ ରଖିଛି ବିଜେଡି । ଚାଷୀ ଆତ୍ମହତ୍ୟା ନେଇ ଜିଲ୍ଲା ପ୍ରଶାସନ ରିପୋର୍ଟ ଦେବା ପରେ ସରକାର ପଦକ୍ଷେପ ନେବେ । କିନ୍ତୁ ବିଜେପି ନେତା ମାନେ ଏସବୁ ପ୍ରସଙ୍ଗକୁ ଟାଣି ଓଟାରି ପ୍ରସଙ୍ଗ କରୁଛନ୍ତି।
ପଶ୍ଚିମ ଓଡ଼ିଶାରେ ଅମଳ ସମୟ ଆସିଯିବା ସହିତ ଅନକ ସ୍ଥାନରେ ମରୁଡ଼ି ଅଭିଯୋଗ ମାନ ଆସୁଛି। ଯେଉଁଥିପାଇଁ ଚାଷୀମାନେ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ସରକରା ଠୋସ୍ ପଦକ୍ଷେପ ନେବା ଜରୁରୀ ହେଲାଣି।
from News7 https://ift.tt/2CEusKW



No comments: