
ରାଉରକେଲା/ସୁନ୍ଦରଗଡ଼: ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଦେଖାଦେଇଛି। ରାଜଗାଙ୍ଗପୁର ବନଖଣ୍ଡର ସୋନାଖାନ ନିକଟ ମୋଦିପଡାରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଗୋବର୍ଦ୍ଧନ ଲାକ୍ରା।
ହାତୀ ଦାଉରୁ ଫସଲ ବଞ୍ଚାଇବାକୁ ଗୋବର୍ଦ୍ଧନ ଚାଷଜମିକୁ ଜଗିଥିବା ବେଳେ ହାତୀ ଦଳି ଦେଇଥିବା ଜଣାପଡ଼ିଛି। ସେପଟେ ରାଉରକେଲା ବେଦବ୍ୟାସ ନିକଟ କଲୁଙ୍ଗା ସମିଲ ଅଞ୍ଚଳରେ ୧୦ଟି ହାତୀ ପଶି ଆସିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀମାନଙ୍କୁ ଘଉଡ଼ାଇବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଲାଠିକଟା ବ୍ଲକ ର ୩ ଟି ଗ୍ରାମରେ ୧୭ ଟି ହାତୀ ପଶି ମଧ୍ୟ ବ୍ୟାପକ ଫସଲ ନଷ୍ଟ କରିଥିବାର ସୂଚନା ମିଳିଛି ।
from OTV Khabar https://ift.tt/2OBSRIi
କ୍ଷେତ ଜଗିଥିବା ବେଳେ ଦଳି ଦେଲା ହାତୀ! OTV KHABAR BUREAU
Reviewed by SUBHENDU BARAL
on
October 22, 2018
Rating:
No comments: