
ଅନୁଗୁଳ: ପ୍ରଥମେ ଜଣେ ମଣିଷ, ଦିନେ ନ ଯାଉଣୁ ଆଉ ଏକ ବଳଦ ଶିକାର କରିଛି ବାଘୁଣୀ ‘ସୁନ୍ଦରୀ’। ‘ସୁନ୍ଦରୀ’ର ଦୁଇଟି ଦୁଇଟି ଶିକାର ପରେ ଅନୁଗୁଳ ଟାଇଁସି ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।
ଲୋକଙ୍କ ବିରୋଧ ଯୋଗୁଁ ଗାଁକୁ ଯାଇ ପାରୁନାହାନ୍ତି ବିଶେଷଜ୍ଞ ଟିମ୍। ଏହି ଟିମ୍ରେ ଅଛନ୍ତି OUAT ଓ ନନ୍ଦନକାନନର ବିଶେଷଜ୍ଞ ଡାକ୍ତର। ଏମାନେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ଏନ୍କ୍ଲୋଜର୍କୁ ଆଣିବାକୁ ଚେଷ୍ଟା କରିବେ। କିନ୍ତୁ ଉତ୍ତେଜନା ଯୋଗୁଁ ଏହି ବିଶେଷଜ୍ଞ ଟିମ୍ ଘଟଣାସ୍ଥଳକୁ ଯାଇ ପାରୁ ନାହାନ୍ତି। ଗତକାଲିଠାରୁ ଅନୁଗୁଳରେ ୪ ଜଣିଆ ଟିମ୍ ଅଛନ୍ତି।
ଅଭିଯୋଗ ହୋଇଥିଲା ଯେ, ଟାଇଁସି ଗାଁରେ ପ୍ରବେଶ କରି ବାଘୁଣୀ ‘ସୁନ୍ଦରୀ’ ଜଣକୁ ମାରି ଦେଇଥିଲା। ଏହା ପରେ ଉତ୍ତ୍ୟକ୍ତ ଲୋକେ ଗତକାଲି ଲଙ୍କାକାଣ୍ଡ କରିଥିଲେ। ସୁନ୍ଦରୀକୁ ସ୍ଥାନାନ୍ତର ଥିଲା ସେମାନଙ୍କ ଦାବି। ଆଜି ସକାଳୁ ଟାଇଁସି ନିକଟ ବାଘମୁଣ୍ଡା ଗାଁରୁ ଏକ ବଳଦର ମୃତଦେହ ମିଳିବା ପରେ ଲୋକଙ୍କ ରାଗ ଦ୍ୱିଗୁଣିତ ହୋଇଛି।
from OTV Khabar https://ift.tt/2NWCqRF
ପୁଣି ଶିକାର କଲା ସୁନ୍ଦରୀ! OTV KHABAR BUREAU
Reviewed by SUBHENDU BARAL
on
October 22, 2018
Rating:
No comments: