
ଗଞ୍ଜାମ: ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ରାସ୍ତା ନଥିବାରୁ ୧୫ କିଲୋମିଟର ଟୋକେଇରେ ବୁହା ହେଲେ ପ୍ରସୂତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବାଦୁଆ ଗାଁରେ।
ଏହି ଗାଁର ରବିନ୍ଦ୍ର ନାୟକଙ୍କ ପତ୍ନୀ ହୀରାମଣି ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ଏହି ଛୁଆଟି ଅର୍ଦ୍ଧ ପ୍ରସବ ଅବସ୍ଥାରେ ରହିଥିଲା।
ଏହା ଦେଖି ଗାଁ ଲୋକେ ହୀରାମଣିଙ୍କୁ ଡାକ୍ତରଖାନା ନେବା କଥା ଚିନ୍ତା କରିଥିଲେ। ତେବେ ଗାଁକୁ ରାସ୍ତା ନଥିବାରୁ ଗାଡ଼ି କିମ୍ବା ଆମ୍ବୁଲାନ୍ସ ଆସିବାର ସମ୍ଭାବନା ନଥିଲା। ତେଣୁ ଲୋକେ ଟୋକେଇରେ ତୋଳା କରି ମହିଳାଙ୍କୁ ୧୫ କିଲୋମିଟର ରାସ୍ତା ତଳବୁରାଢ଼ାଲ ପର୍ଯ୍ୟନ୍ତ ଆଣିଥିଲେ।
ସେଠାରୁ ସରକାରୀ ଗାଡ଼ିରେ ମହିଳାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
from OTV Khabar https://ift.tt/2R2azBK
୧୫ କିଲୋମିଟର ଟୋକେଇରେ ବୁହା ହେଲେ ପ୍ରସୂତି OTV KHABAR BUREAU
Reviewed by SUBHENDU BARAL
on
October 21, 2018
Rating:
No comments: