ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବାହାରୁ ଆସିବ ୨ ଟିମ୍ OTV KHABAR BUREAU

ଅନୁଗୁଳ: ମଣିଷଖିଆ ବାଘୁଣୀ ସୁନ୍ଦରୀଙ୍କୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ବାହାରୁ ଆସିବେ ୨ଟି ଟିମ୍। ଏହି ସୂଚନା ଦେଇଛନ୍ତି ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା। ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ ବ୍ୟାଘ୍ର ପ୍ରକଳ୍ପରୁ ଦୁଇଟି ଟିମ୍ ଆସିବେ।

ଆସନ୍ତା ୨/୩ ଦିନ ଭିତରେ ସେମାନେ ଆସି ପହଞ୍ଚିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ତେବେ ବାଘୁଣୀ ବର୍ତ୍ତମାନ ବାଘମୁଣ୍ଡାରେ ଅଞ୍ଚଳରେ ଲୁଚି ରହିଛି ବୋଲି ସେ କହିଛନ୍ତି।

ଟ୍ରାଙ୍କୁଲାଇଜ୍ ପାଇଁ ତୃତୀୟ ଦିନରେ ୩ଟି ଟିମ୍‌ ଉଦ୍ୟମ ଜାରି ରଖିଛନ୍ତି। ଗତକାଲି ମଧ୍ୟ ସୁନ୍ଦରୀକୁ ଧରିବାକୁ ଚାଲିଥିବା ତୃତୀୟ ପର୍ଯ୍ୟାୟ ଅଭିଯାନ ବି ଫେଲ୍ ମାରିଥିଲା। ଦୁଇ ଦିନ ଦୁଇ ରାତି ବିତିଥିଲେ ବି ଏବେ ଯାଏ ଧରାପଡ଼ିନି ବାଘୁଣୀ।

ସୁନ୍ଦରୀକୁ ଧରିବାର ମିଶନ ଫେଲ୍ ମାରୁଥିବାରୁ ଫେରି ଯାଇଛନ୍ତି OUAT ବିଶେଷଜ୍ଞ। ଅନ୍ୟ ଟ୍ରାଙ୍କୁଲାଇଜ୍ ଟିମ୍‌କୁ ନେଇ ଚତୃର୍ଥ ପର୍ଯ୍ୟାୟ ଅଭିଯାନ ପୁଣି ଥରେ ଆରମ୍ଭ ହୋଇଛି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବାଘମୁଣ୍ଡାରେ ଟିମ୍ ସଜାଗ ଅଛି।



from OTV Khabar https://ift.tt/2PoawCM
ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବାହାରୁ ଆସିବ ୨ ଟିମ୍ OTV KHABAR BUREAU ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବାହାରୁ ଆସିବ ୨ ଟିମ୍ OTV KHABAR BUREAU Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.