କଳାହାଣ୍ଡିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା : ହତ୍ୟାକାରୀ ସ୍ବାମୀ ଗିରଫ

କଳାହାଣ୍ଡି ୨୩/୧୦: ସାମାନ୍ୟ  ଝଗଡ଼ାକୁ କେନ୍ଦ୍ର କରି ସ୍ବାମୀ ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ।  କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଡାହାଣୀପଦର ଗାଁର ଘଟଣା । ମୃତକ ଆନ୍ଦ୍ରାଣୀ  ମାଝୀ ଙ୍କୁ ପାହାରୁନ୍ (ଧାନ କୁଟିବା ପାଇଁ ଗଛରେ ତିଆରି ମୁଷଳ)ରେ ପାହାର ପରେ ପାହାର ଦେଇ ମାରି ଦେଇଥିବା ପୋଲିସ ତଦନ୍ତରେ ଧରା ପଡିଛି  ।ଫଳରେ ଘଟଣାସ୍ଥଳରେ ହିଁ ଆନ୍ଦ୍ରାଣୀର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ସ୍ବାମୀ କାନ୍ଦ୍ରା ମାଝୀ ଙ୍କୁ କୋର୍ଟ ଚାଲାଣ କରିଛି। ଗାଁ  ଲୋକଙ୍କ ସୁଚନା ଆଧାରରେ  ବିଶ୍ବନାଥପୁର ଥାନାଧିକାରୀ କାହ୍ନୁଚରଣ ସ୍ବାଇଁଙ୍କ ନେତୃତ୍ବରେ ଏକ ପୁଲିସ ଦଳ ଗାଁରେ ଚଢଉ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ଏହାସହିତ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।



from News7 https://ift.tt/2PPle2r
କଳାହାଣ୍ଡିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା : ହତ୍ୟାକାରୀ ସ୍ବାମୀ ଗିରଫ କଳାହାଣ୍ଡିରେ ସ୍ତ୍ରୀକୁ ପିଟି ପିଟି ହତ୍ୟା : ହତ୍ୟାକାରୀ ସ୍ବାମୀ ଗିରଫ Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.