ବେଲଗାବି ୨୩|୧୦: ସଦିହ ହେଲେ ମାତ୍ର ୨୦ଲୋକଙ୍କ ଜୀବନ ବଞ୍ଚାଇଦେଲେ । କର୍ଣ୍ଣାଟକର ବେଲଗାବିରେ ରହୁଥିବା ଜଣେ ସୈନିକ ଅଦମ୍ୟ ସାହସର ନିଦର୍ଶନ ଦେଇଛନ୍ତି । ୨୦ଜଣଙ୍କର ଜୀବନ ମଧ୍ୟ ବଞ୍ଚାଇ ଦେଇଛନ୍ତି । ହେଲେ ସେ ନିଜେ ସହିଦ ହୋଇଯାଇଛନ୍ତି ।ଉମେଶ ହେଲାୱାର ସିଆର୍ପିଏଫ୍ର ଜଣେ ଯବାନ ଏଭଳି ସାହସିକତା କାମ କରି ଦେଖାଇଛନ୍ତି । ସେ ମଣିପୁରର ଇମ୍ଫାଲରେ କାର୍ଯ୍ୟରତ ଥିଲେ।
ସେ ଏକ ବସ୍ ରେ ଯାଉଥିବା ବେଳେ ବସ୍ ମଧ୍ୟରେ ଏକ ଗ୍ରେନେଡ୍ ପଡ଼ିଥିବା ଦେଖିଥିଲେ। ବସ୍ ରେ ୨୦ ଜଣ ଯାତ୍ରୀ ଥିବାରୁ ସେମାନଙ୍କ ଜୀବନ ରକ୍ଷା କରିବା ପାଇଁ ହାତରେ ଗ୍ରେନେଡ୍ ଧରି ବସ୍ ରୁ ଡେଇଁପଡ଼ିଥିଲେ। ଡେଇଁବା କ୍ଷଣି ଗ୍ରେନେଡ୍ ତାଙ୍କ ହାତରେ ହିଁ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ଶରୀର ଛିନ୍ଭିନ୍ ହୋଇଯାଇଥିଲା। କିନ୍ତୁ ନିଜ ଜୀବନ ଦେଇ ସେ ୨୦ ଲୋକଙ୍କ ଜୀବନ ବଞ୍ଚାଇ ଦେଇଥିଲେ । ଏ ଘଟଣା ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ସାରା ଦେଶବାସୀ ଯବାନଙ୍କ ଜୟ ଜୟକାର କରୁଛନ୍ତି ।
from News7 https://ift.tt/2SbnDpt
୨୦ଜଣଙ୍କର ଜୀବନ ବଞ୍ଚାଇ ସହିଦ ହେଲେ ସିଆରପିଏଫ ଯବାନ ଉମେଶ ହେଲାଓ୍ବାର
Reviewed by SUBHENDU BARAL
on
October 23, 2018
Rating:

No comments: