
ଆବଶ୍ୟକ ସାମଗ୍ରୀ: ସେଓ, କ୍ଷୀର, ଚିନି, ଗୁଜୁରାତି, ଆଲମଣ୍ଡ ଓ ପିସ୍ତା
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ବଡ ପାତ୍ରରେ କ୍ଷୀର ଫୁଟାନ୍ତୁ। ଯେ, ପର୍ଯ୍ୟନ୍ତ କ୍ଷୀର ଗାଢ଼ ନହୋଇ ଯାଏ ସେପର୍ଯ୍ୟନ୍ତ କ୍ଷୀରକୁ ମଝିରେ ମଝିରେ ଗୋଳାନ୍ତୁ। କ୍ଷୀର ଫୁଟି ଗାଢ଼ ହୋଇଗଲେ ଏଥିରେ ଚିନି ପକାନ୍ତୁ ଏବଂ କମ୍ ଆଞ୍ଚରେ କ୍ଷୀରକୁ ଗରମ କରନ୍ତୁ।
ବର୍ତ୍ତମାନ ସେଓକୁ ଭଲଭାବ ଧୋଇ ଚୋପା ବାହାର କରି ଏହାକୁ ଟିକେ ଗାଢ଼ କରି ଗ୍ରାଇଣ୍ଡିଂ କରି ଦିଅନ୍ତୁ। କ୍ଷୀର ଫୁଟି ମରିଗଲ ଏଥିରେ ସେଓକୁ ଢାଳି ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ୩ରୁ ୪ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। କ୍ଷୀରର ରଙ୍ଗ ପରିବର୍ତ୍ତନ ହୋଇ ହାଲକା ଲାଲ୍ ହୋଇଆସିଲେ ଏଥିରେ ଗୁଜୁରାତି ଗୁଣ୍ଡ, ଆଲମଣ୍ଡ ଏବଂ ପିସ୍ତା ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ସେଓ ରାବିଡ଼ି।
from Odisha Reporter
ଏଥର ପର୍ବପର୍ବାଣୀରେ ତିଆରି କରନ୍ତୁ ସେଓ ରାବିଡ଼ି
Reviewed by SUBHENDU BARAL
on
October 25, 2018
Rating:
No comments: