‘ଜିଓ’ର ଫେଷ୍ଟିଭ୍‌ ବୋନାଞ୍ଜାରେ ଆକର୍ଷଣୀୟ ଅଫର

jio

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରମୁଖ ମୋବାଇଲ୍ ନେଟ୍‌ୱର୍କ ଅପରେଟର ଜିଓ ଏହାର ପାର୍ବଣ ଅଫର ଘୋଷଣା କରିଛି। ଏହି ଅଫର୍ ଦ୍ୱାରା ଜିଓ ୟୁଜର ୧୪୯ ଟଙ୍କା ଏବଂ ଏହାଠାରୁ ଅଧିକ ମୂଲ୍ୟର ରିଚାର୍ଜରେ ୧୦୦% କ୍ୟାଶ୍ ବ୍ୟାକ୍ ପାଇବେ। ସେହିପରି ଏକ ବର୍ଷିକିଆ ପ୍ଲାନ୍ ମାଧ୍ୟମରେ ୧୬୯୯ ଟଙ୍କା ରିଚାର୍ଜରେ ଦୈନକ ୧.୫ଜିବିର ଡାଟା, ଅନଲିମିଟେଡ୍ ଭଏସ୍ କଲ୍ ଏବଂ ଦିନକୁ ୧୦୦ ଟେକ୍ସଟ୍ ମେସେଜ୍‌ର ସୁବିଧା ପାଇ ପାରିବେ।

କମ୍ପାନୀ ପ୍ରଦାନ କରୁଥିବା ୧୦୦% କ୍ୟାଶ୍‌ ବ୍ୟାକ୍ ସୁବିଧା କୁପନ୍‌ ଆକାରରେ ମିଳିବ। ‘ମାଇଁ ଜିଓ’ ଆପ୍‌ର ‘ମାଇଁ କୁପନ୍‌’ ସେକ୍‌ସନରେ ଏହି କ୍ୟାଶ୍ ବ୍ୟାକ୍ ସମ୍ପର୍କିତ ଅଧିକ ସୂଚନା ରହିଛି ବୋଲି କମ୍ପାନୀ ପ୍ରକାଶ କରିଛି। ରିଲାଏନ୍ସ ଡିଜିଟାଲ୍ ବା ‘ମାଇଁ ଜିଓ’ ଷ୍ଟୋର୍‌ରୁ ସାମଗ୍ରୀ କିଣିବା ବେଳେ ଏହି କ୍ୟାଶ୍ କୁପନ୍‌ ବ୍ୟବହାର କରିହେବ ବୋଲି କମ୍ପାନୀ ଜଣାଇଛି।

ଏହି ଫେଷ୍ଟିଭ୍‌ ଅଫର୍ ନଭେମ୍ବର ୩୦ ପର୍ଯ୍ୟନ୍ତ ରହିଥିବା ବେଳେ କୁପନ୍‌ର ବୈଧତା ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ।



from Odisha Reporter
‘ଜିଓ’ର ଫେଷ୍ଟିଭ୍‌ ବୋନାଞ୍ଜାରେ ଆକର୍ଷଣୀୟ ଅଫର ‘ଜିଓ’ର ଫେଷ୍ଟିଭ୍‌ ବୋନାଞ୍ଜାରେ ଆକର୍ଷଣୀୟ ଅଫର Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.