
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର) ବ୍ୟାଙ୍କରେ ଟଙ୍କା ଜମା କରିବା, ଟଙ୍କା ଇଠାଇବା, ଖାତାରେ କେତେ ଟଙ୍କା ଅଛି ତାହା ଜାଣିବା ଆଦି ବିଭିନ୍ନ କାମ ପାଇଁ ‘ଆଧାର’ କାର୍ଡ ଆବଶ୍ୟକ ହେବ। ଯେଉଁମାନେ ଡେବିଟ୍ କାର୍ଡ ବ୍ୟବହାର କରୁନାହାନ୍ତି ବା ସ୍ମାର୍ଟ ଫୋନ୍ ମାଧ୍ୟମରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ କରୁ ନାହାନ୍ତି, ସେମାନେ ଉପରୋକ୍ତ ଆବଶ୍ୟକତା ପୂରଣ ପାଇଁ ‘ଆଧାର’ ବ୍ୟବହାର କରିପାରିବେ। ସେହିପରି ବ୍ୟାଙ୍କ ଅଧିକାରୀମାନେ ଗ୍ରାହକଙ୍କ ଠାରୁ ଏଥିପାଇଁ ସେମାନଙ୍କ ଆଧାର ଦସ୍ତାବିଜ ବା ତଥ୍ୟ ମାଗି ପାରିବେ।
ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ(ୟୁଆଇଡିଏଆଇ) ପକ୍ଷରୁ ଗୁରୁବାର ଏହା ସ୍ପଷ୍ଟ କରାଯାଇଛି। ମିନି ଷ୍ଟେଟ୍ମେଣ୍ଟ କାଢ଼ିବା, ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା ଆଦି ଆବଶ୍ୟକତା ପୂରଣ ପାଇଁ ‘ଆଧାର’କୁ ବ୍ୟବହାର କରାଯିବ।
ବ୍ୟାଙ୍କ କାରବାର ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମ କୋର୍ଟ ରାୟ ଦେବା ପରେ ୟୁଆଇଡିଏଆଇର ଏଭଳି ବୟାନ କେତେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ତେବେ ୟୁଆଇଡିଏଆଇ କହିଛି ଯେ, ଯେଉଁ ମାନେ ଅନ୍ଲାଇନ୍ କାରବାର କରି ପାରୁନାହାନ୍ତି ଏପରିକି ଏଟିଏମ୍ କାର୍ଡ ବ୍ୟବହାର କରୁନାହାନ୍ତି, ସେମାନଙ୍କ ପାଇଁ ଆଧାରଭିତ୍ତିକ ପେମେଣ୍ଟ୍ ବିକଳ୍ପ ରହିଛି।
from Odisha Reporter
No comments: