ଦେଖନ୍ତୁ ପାକିସ୍ତାନର ୧୦ଜଣ ସବୁଠୁ ସୁନ୍ଦରୀ ଅଭିନେତ୍ରୀମାନଙ୍କୁ

ପାକିସ୍ତାନର ଏହି ୧୦ଜଣ ସୁନ୍ଦରୀ ଅଭିନେତ୍ରୀ ନିଜ ସୈାନ୍ଦର୍ଯ୍ୟ ବଳରେ ପାକିସ୍ତାନବାସୀଙ୍କୁ ପାଗଳ କରିଛନ୍ତି। ଆସନ୍ତୁ ଜାଣିବା ଏହି ୧୦ଜଣ ଅଭିନେତ୍ରୀଙ୍କ ବିଷୟରେ

୧.ମହବିଶ ହୟାତ: ମହବିଶ ହୟାତ ନିଜର କ୍ୟାରିୟରର ଆରମ୍ଭ ମଡେଲିଂରୁ କରିଥିଲେ। କିନ୍ତୁ ତାଙ୍କ ସୈାନ୍ଦର୍ଯ୍ୟ ପାଇଁ ତାଙ୍କୁ ସିରିୟଲରେ କାମ ମିଳିଲା। ସେ ବର୍ତ୍ତମାନ ପାକିସ୍ତାନର ସବୁଠୁ ସୁନ୍ଦରୀ ଅଭିନେତ୍ରୀ।

୨.ମାୟା ଅଲ୍ଲୀ: ପାକିସ୍ତାନୀ ଫିଲ୍ମରେ ବୋଲ୍ଡ ସିନ୍ କରିବା ପାଇଁ ପ୍ରସିଦ୍ଧା ଅଭିନେତ୍ରୀ ମାୟା ଅଲ୍ଲୀ ନିଜ କ୍ୟାରିୟରର ଆରମ୍ଭ ମଡେଲିଂରୁ କରିଥିଲେ। ମାୟା ଅଲ୍ଲୀଙ୍କ ଜନ୍ମ ୧୯୯୦ମସିହା ଜୁଲାଇ ୨୨୭ରେ କରାଚୀରେ ହୋଇଥିଲା। ସେ ଅଲ୍ଲୀ ଜାଫରଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି।

୩.ଆୟେଶା ଖାନ୍: ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଖାନ୍ ନିଜ କ୍ୟାରିୟରର ଆରମ୍ଭ ମଡେଲିଂରୁ କରିଥିଲେ। ଆୟେଶା ଖାନଙ୍କୁ ସର୍ବଶ୍ରଷ୍ଠ ଅଭିନେତ୍ରୀର ପୁରସ୍କାର ମଧ୍ୟ ମିଳିସାରିଛି। ଏହି ଅଭିନେତ୍ରୀଙ୍କ ବୟସ ୩୬ବର୍ଷ।

୪.ସନମ୍ ବଲୋଚ୍: ପାକିସ୍ତାନୀ ଅଭିନେତ୍ରୀ ସନମ୍ ବଲୋଚଙ୍କ ଜନ୍ମ ୧୯୮୬ମସିହା ଜୁଲାଇ ୧୪ତାରିଖରେ ପେଶାବରର ଏକ ଗାଁରେ ହୋଇଥିଲା। ସେ ପାକିସ୍ତାନ ଫିଲ୍ମ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

୫.ଆୟେଜା ଖାନ୍: ଆୟେଜା ଖାନ୍ ପାକିସ୍ତାନର ସବୁଠୁ ବୋଲ୍ଡ ଅଭିନେତ୍ରୀ ଭାବେ ଗଣାଯାନ୍ତି। ଆୟେଜା ଖାନଙ୍କ ଜନ୍ମ ୧୯୮୫ମସିହା ଫେବୃୟାରୀ ୩ତାରିଖରେ ସିନ୍ଧରେ ହୋଇଥିଲା।

୬.ସଜଲ ଅଲ୍ଲୀ: ପାକିସ୍ତାନୀ ଅଭିନେତ୍ରୀ ସଜଲ ଅଲ୍ଲୀ ବଲିଉଡରେ ଫିଲ୍ମ ମମ୍ ରୁ ଡେବ୍ୟୁ କରିଥିଲେ। ସଜଲ ଅଲ୍ଲୀ ୧୯୯୪ମସିହା ଜାନୁୟାରୀ ୧୭ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ।

୭.ମାହିରା ଖାନ୍: ଅଭିନେତ୍ରୀ ମାହିରା ଖାନ୍ ପାକିସ୍ତାନର ସବୁଠୁ ସୁନ୍ଦର ଏବଂ ବୋଲ୍ଡ ଅଭିନେତ୍ରୀ ମଧ୍ୟରୁ ଜଣେ। ଅଭିନେତ୍ରୀ ମାହିରା ଖାନଙ୍କ ବୟସ ୨୮ବର୍ଷ। ମାହିରା ଖାନ୍ ଭାରତୀୟ ଫିଲ୍ମଷ୍ଟାର ଶାହରୁଖ ଖାନଙ୍କ ସହ ରଇସ୍ ଫିଲ୍ମରେ କାମ କରିଥିଲେ।

୮.ହୁମାଇମା ମଲ୍ଲିକ: ପାକିସ୍ତାନର ମଡେଲ ହୁମାଇମା ମଲ୍ଲିକ ୧୪ବର୍ଷ ବୟସରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଇମରାନ ହାସମୀଙ୍କ ସହ  ଫିଲ୍ମ ରାଜା ନଟଓ୍ବରଲାଲରେ ଅଭିନୟ କରିଥିଲେ।

୯.ସାୟରା ୟୁସୁଫ: ସାୟରେ ୟୁସୁଫ ପାକିସ୍ତାନର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଭାରତର ଏକ ମୋଷ୍ଟଓ୍ବାଣ୍ଟେଡ୍ ଶୋ ରେ  କାମ କରିଥିଲେ। ପାକିସ୍ତାନରେ ସେ ଅତ୍ୟନ୍ତ ଲୋକପ୍ରିୟ।

୧୦.ଇମାନ ଅଲ୍ଲୀ: ପାକିସ୍ତାନର ଟପ୍ ମଡେଲ୍ ଇମାନ ଅଲ୍ଲୀ ପାକିସ୍ତାନୀ ସହ ଅନେକ ଭାରତୀୟ ଗୀତରେ ଅଭିନୟ କରିଛନ୍ତି। ସେ ପାକିସ୍ତାନର ଜଣେ ସୁନ୍ଦରୀ ମଡେଲ୍।

 

 

 



from News7 https://ift.tt/2JcAKCM
ଦେଖନ୍ତୁ ପାକିସ୍ତାନର ୧୦ଜଣ ସବୁଠୁ ସୁନ୍ଦରୀ ଅଭିନେତ୍ରୀମାନଙ୍କୁ ଦେଖନ୍ତୁ ପାକିସ୍ତାନର ୧୦ଜଣ ସବୁଠୁ ସୁନ୍ଦରୀ ଅଭିନେତ୍ରୀମାନଙ୍କୁ Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.