ପୁରୀରେ ଦେଶୀ ମଦ ବ୍ୟବସାୟ ଅଭିଯୋଗରେ ୭ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ପୁରୀ ୨୪|୧୦:  ଦେଶୀ ମଦ ତିଆରି କରୁଥିବା ବେଳେ ଗିରଫ କଲା ଅବକାରୀ ବିଭାଗ । ପୁରୀ ସଦର ଥାନା ଅନ୍ତର୍ଗତ କେନ୍ଦାପଡା ଭୋଇ ସାହିରେ ଚଢାଉ କରି ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଠାରୁ ୧୩୫ ଲିଟର ମଦ, ୧୫ ଶହ ଲିଟର ପୋଚ ଏବଂ ୪ଟି ବାଇକ୍ ଜବତ କରାଯାଇଛି । ଗିରଫ ଯବୁକମାନେ ହେଲେ କେନ୍ଦାପଡ଼ା ଭୋଇ ସାହିର କାର୍ତ୍ତିକ ଭୋଇ, ଆକାଶ ଭୋଇ, ମନୋଜ କୁମାର ସାହୁ, କାଳୁ ଭୋଇ, ମଂଗରାଜ ବେହେରା, ବିରଚିଂ ଜେନା, କୃଷ୍ଣଚନ୍ଦ୍ର ଜେନା । ଏମାନେ ଆଗରୁ ମଧ୍ୟ ପୁରୀ ସହର ସମେତ ଏହାର ଆଖପାଖ ଅଂଚଳରେ ମଦ ବ୍ୟବସାୟ କରି ଗିରଫ ହୋଇଥିବା ଅବକାରୀ ବିଭାଗ  ସୂଚନା ଦେଇଛି ।



from News7 https://ift.tt/2ywc3xg
ପୁରୀରେ ଦେଶୀ ମଦ ବ୍ୟବସାୟ ଅଭିଯୋଗରେ ୭ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ ପୁରୀରେ ଦେଶୀ ମଦ ବ୍ୟବସାୟ ଅଭିଯୋଗରେ ୭ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.