ମାଲକାନଗିରି ୨୪|୧୦: ମାଲକାନଗିରିରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ମାଥିଲି ଥାନା ଅନ୍ତର୍ଗତ ଧାକଡରାଶି ଗାଁରେ ଜଣଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ । ମୃତକ ହେଲେ ଅନନ୍ତ ଭୂମିଆ । ଅନନ୍ତଙ୍କ ନିଜ ଘର ଟେମୁରୁପାଲି ଅନ୍ତର୍ଗତ ବାରୁବେଡା ଗାଁରେ । ସେ ଆଦିବାସୀ ପର୍ବ ଦେଖିବାକୁ ଧାକଡରାଶି ଯାଇଥିଲେ । ପର୍ବ ଦେଖୁଥିବା ବେଳେ ମାଓବାଦୀମାନେ ତାଙ୍କୁ ଡାକି ନେଇ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ଭାବି ମାଓବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି । ପୂର୍ବରୁ ଅନନ୍ତ ପୋଲିସ ବିଭାଗରେ ଏସପିଓ ଭାବେ କାମ କରୁଥିଲେ ।
from News7 https://ift.tt/2Je9pQH
ମାଲକାନଗିରିରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ; ଜଣଙ୍କ ଗଳାକାଟି କଲେ ହତ୍ୟା
Reviewed by SUBHENDU BARAL
on
October 24, 2018
Rating:
No comments: