ଗୌହାଟୀ ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ ; ଓ୍ବେଷ୍ଟଇଣ୍ଡିଜକୁ ୮ଓ୍ବିକେଟ୍‌ରେ ହରାଇଲା ଭାରତ

ଗୌହାଟୀ ୨୨|୧୦: ଆସାମ ଗୌହାଟୀ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଶତକ ବଳରେ ଭାରତ ମ୍ୟାଚକୁ ସହଜରେ ଜିତି ନେଇଛି । ଭାରତ ୮ ଓ୍ବିକେଟ୍‌ ରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଫଳରେ ଭାରତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି।

ଦ୍ବିତୀୟ ଇନିଂସରେ ୩୨୩ ରନ୍ ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ବିରାଟ କୋହଲି ଓ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ୪୨.୧ ଓଭରରେ ୨ ୱିକେଟ୍ ହରାଇ ୩୨୬ ରନ୍ ସଂଗ୍ରହ କରନେଇଥିଲା । ଭାରତ ପ୍ରଥମ ଓ୍ଵିକେଟ୍ ଭାବରେ ଶିଖର ଧାଓ୍ଵନଙ୍କୁ ହରାଇଥିଲା। ଧାଓ୍ଵନ ୧.୬ଓଭରରେ ଓସେନ ଥୋମାସଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ଭାରତ ୨ୟ ଓ୍ଵିକେଟ୍ ଭାବରେ କୋହଲିଙ୍କୁ ୨୫୬ ରନରେ ହରାଇଥିଲା। ଅମ୍ବାତି ରାୟୁଡୁ ୨୬ଟି ବଲ୍ ଖେଳି ଅପରାଜିତ ୨୨ ରନ୍ କରିଥିଲେ । ସେହିଭଳି ୟୁଜବେନ୍ଦ୍ର ଚହଲଙ୍କୁ ୩ଟି ଓ୍ଵକେଟ୍, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ୨-୨ ଓ୍ଵିକେଟ୍ ମିଳିଥବା ବେଳେ ଖଲିଲ ଅହମ୍ମଦ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

ଗୌହାଟୀରେ ୫ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟସ୍ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ସିମରୋନ୍ ହେଟମେୟରଙ୍କ ବିସ୍ଫୋରକ ଶତକ ବଳରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୩୨୨ ରନ୍ ସଂଗ୍ରହ କରିବା ପରେ ଭାରତକୁ ୩୨୩ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା।

ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ଲେୟର ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ଆସନ୍ତା ୨୪ରେ ୫ଟିକିଆ ଶୃଙ୍ଖଳାର ଦ୍ବିତୀୟ ଦିନିକିଆ ମ୍ୟାଚ୍‍ ଖେଳାଯିବ ।



from News7 https://ift.tt/2EzuqXi
ଗୌହାଟୀ ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ ; ଓ୍ବେଷ୍ଟଇଣ୍ଡିଜକୁ ୮ଓ୍ବିକେଟ୍‌ରେ ହରାଇଲା ଭାରତ ଗୌହାଟୀ ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ ; ଓ୍ବେଷ୍ଟଇଣ୍ଡିଜକୁ ୮ଓ୍ବିକେଟ୍‌ରେ ହରାଇଲା ଭାରତ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.