ପୁରୀ କୃଷ୍ଣପ୍ରସାଦରେ ୧୨ଦିନ ହେଲା ନାବାଳକ ନିଖୋଜ ; ପୋଲିସର ତଦନ୍ତ ଜାରି

ପୁରୀ ୨୨|୧୦: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ସିଆଳ ଗାଁର ସୁରେନ୍ଦ୍ର ବିଶ୍ବାଳଙ୍କ ପୁଅ ମିଥୁନ ଗତ ୧୨ ଦିନ ହେବ ନିଖୋଜ ଅଛନ୍ତି । ମିଥୁନଙ୍କ ବୟସ ୧୯ ବର୍ଷ ହେବ । ଗତ ୧୦ ତାରିଖରୁ ଘରୁ କଲେଜ ଯାଉଛି କହି ବ୍ରହ୍ମପୁର ଆଇ.ଟି.ଆଇ କଲେଜ ଯାଇଥିଲେ, ହେଲେ ଆଜକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ ।  ପରିବାରଲୋକେ ବ୍ୟସ୍ତ ହୋଇ ଖୋଜାଖୋଜି ପରେ ମିଥୁନଙ୍କର ଖୋଜ ଖବର ନ ମିଳିବାରୁ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି। କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।



from News7 https://ift.tt/2Pbd8UO
ପୁରୀ କୃଷ୍ଣପ୍ରସାଦରେ ୧୨ଦିନ ହେଲା ନାବାଳକ ନିଖୋଜ ; ପୋଲିସର ତଦନ୍ତ ଜାରି ପୁରୀ କୃଷ୍ଣପ୍ରସାଦରେ ୧୨ଦିନ ହେଲା ନାବାଳକ ନିଖୋଜ ; ପୋଲିସର ତଦନ୍ତ ଜାରି Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.