ଗଂଜାମରୁ ତିତଲୀ ବାତ୍ୟା ଓ ବନ୍ୟାରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ଆଉ ଜଣକ ଶବ ଉଦ୍ଧାର

ଗଂଜାମ ୨୭/୧୦ : ଗତ ତିତଲୀ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଭୁତପଙ୍କାଳ ଗାଁର ୬ ଜଣ ଭାସି ଯାଇଥିଲେ | ଆଜି ଅଡ଼ଙ୍ଗୀ ନଦୀକୂଳରୁ ଜଣକର ମୃତଦେହ ଉଦ୍ଧାର ହୋଇଛି | ପୂର୍ବରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା | ଆଜି ମିଳିଥିବା ମୃତକଙ୍କ ନାଁ ହେଲା ବିଜୟ ମଲ୍ଲିକ | ତେବେ ଆଉ ୨ ଜଣଙ୍କ ମୃତଦେହ ଏଯାଏଁ ପତ୍ତା ମିଳିନି | ଗାଁ ଲୋକେ ଶବଟିକୁ ଦେଖି ପ୍ରଥମେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଜଣାଇଥିଲେ | ସମସ୍ତଙ୍କ ମିଳିତ ଉଦ୍ୟମରେ ଶବଟିକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇ ଦିଆଯାଇଛି |



from News7 https://ift.tt/2yBrdB6
ଗଂଜାମରୁ ତିତଲୀ ବାତ୍ୟା ଓ ବନ୍ୟାରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ଆଉ ଜଣକ ଶବ ଉଦ୍ଧାର ଗଂଜାମରୁ ତିତଲୀ ବାତ୍ୟା ଓ ବନ୍ୟାରେ ନିଖୋଜ ଥିବା ୬ଜଣଙ୍କ ମଧ୍ୟରୁ ଆଉ ଜଣକ ଶବ ଉଦ୍ଧାର Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.