ଗୁଗୁଲ ସର୍ଚ୍ଚରେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ

ଲକ୍ଷ୍ମୌ ୨୬|୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟ ଜନତା ପାର୍ଟି (ବିଜେପି)ର ଷ୍ଟାର ପ୍ରଚାରକ ରହିଛନ୍ତି । ନିର୍ବାଚନ ଚାଲିଥିବା ରାଜ୍ୟ ଗୁଡିକରେ ଯୋଗୀ ଆଦିତ୍ୟନାଥଙ୍କର ଡିମାଣ୍ଡ ବେଶୀ ରହିଛି । ଯଦି ବୟସରେ ବଡ ହୋଇଥିବା ମୁଖ୍ୟମନ୍ତ୍ରୀ ରମଣ ସିଂ ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁ ଆର୍ଶୀବାଦ ନେଉଛନ୍ତି ତେବେ କିଛି ନା କିଛି ତ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ରହିଛି । କିଛି ଜାଣିବା ଏବଂ ଖୋଜିବାର ଇଚ୍ଛା ଆଜି ବି ଯୋଗୀ ଆଦିତ୍ୟନାଥଙ୍କ ରହିଛି । ଯାହା ତାଙ୍କୁ ସମସ୍ତଙ୍କଠାରୁ ଭିନ୍ନ କରିଛି ।

ଗୁଗୁଲର ତାଜା ସର୍ଚ୍ଚ ଟ୍ରେଣ୍ଡର ତଥ୍ୟ ଅନୁସାରେ ଏହା ଜଣାପଡିଛି ଯେ, ଗତ ଏକ ବର୍ଷ ହେବ ଯୋଗୀ ଆଦିତ୍ୟନାଥ ଗୁଗୁଲ ସର୍ଚ୍ଚରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ବିଜେପିର କୌଣସି ବି ମୁଖ୍ୟମନ୍ତ୍ରୀ ତାଙ୍କ ଭଳି ଲୋକପ୍ରିୟ ନୁହଁନ୍ତି । ସିଏ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ହୁଅନ୍ତୁ, ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂହ ହୁଅନ୍ତୁ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ହୁଅନ୍ତୁ କି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ହୁଅନ୍ତୁ ଗୁଗୁଲର ତଥ୍ୟ ଅନୁସାରେ ଯୋଗୀ ଆଦିତ୍ୟନାଥ ଏ ସମସ୍ତ ମୁଥ୍ୟମନ୍ତ୍ରୀଙ୍କଠାରୁ ବହୁତ ଆଗରେ ଅଛନ୍ତି ।

ଯୋଗୀ କେବଳ ବିଜେପି ମୁଖ୍ୟମନ୍ତ୍ରୀଙ୍କଠାରୁ ତୁଳନାରେ ଆଗୁଆ ସେକଥା ନୁହେଁ ବରଂ ମମତା ବାନର୍ଜୀ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କଠାରୁ ମଧ୍ୟ ଆଗରେ ରହିଛନ୍ତି । ଏହାସହ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏବଂ ମାୟାବତୀଙ୍କଠାରୁ ମଧ୍ୟ ଆଗରେ ଅଛନ୍ତି ।

ଚଳିତବର୍ଷ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଯୋଗୀଙ୍କୁ ଲୋକମାନେ ସବୁଠୁ ବେଶୀ ସର୍ଚ୍ଚ କରିଛନ୍ତି । ଯାହାକୁ ଗୁଗୁଲ ନିଜ ଓ୍ବେବସାଇଟ୍ ରେ ସଂଖ୍ୟା ସହ ସ୍ଥାନ ଦେଇଛି । ଏହାସହ ଗୁଗୁଲରେ ସବୁଠୁ ଲୋକପ୍ରିୟ ହୋଇଥିବାରୁ ପାର୍ଟିରେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ।ବିଜେପି ପ୍ରବକ୍ତା ଡ. ଚନ୍ଦ୍ରମୋହନ କହିଛନ୍ତି ଯେ ଗୁଗୁଲରେ ଯୋଗୀ ଆଦିତ୍ୟନାଥଙ୍କୁ ସର୍ଚ୍ଚ କରିବା ଏହା ସ୍ପଷ୍ଟ କରୁଛି ଯେ ତାଙ୍କର କାମ କରିବା ଶୈଳୀ ସମ୍ବନ୍ଧରେ ଲୋକ ଜାଣିବାକୁ ଚାହୁଁଛନ୍ତି । ଗୁଗୁଲ ଯୋଗୀ ଅଦିତ୍ୟନାଥଙ୍କ ଲୋକପ୍ରିୟତାର ସଂଖ୍ୟା ଜାରି କରିଥାଇପାରେ ମାତ୍ର  ତାଙ୍କର ପ୍ରକୃତ ଲୋକପ୍ରିୟତାର ପରୀକ୍ଷା ୟୁପି ଲୋକସଭା ନିର୍ବାଚନରେ ହେବ । ଯେଉଁଠି ୭୩ସିଟ୍ ରେ ଜିତିବାର ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ଅଛି ।

 



from News7 https://ift.tt/2yB0ipo
ଗୁଗୁଲ ସର୍ଚ୍ଚରେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଗୁଗୁଲ ସର୍ଚ୍ଚରେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.