ଦୀପାବଳିରେ ବାଣଫୁଟାକୁ ନେଇ ସର୍କୁଲାର ଜାରି କଲା ଓଡ଼ିଶା ପୋଲିସ୍

ଭୁବନେଶ୍ୱର ୨୬/୧୦ : ବାଣ ଫୁଟା ପାଇଁ ସର୍କୁଲାର ଜାରି କଲା ଓଡ଼ିଶା ପୋଲିସ୍ । ଦୀପାବଳିରେ ବାଣଫୁଟାକୁ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ସର୍କୁଲାର ଜାରି କରିଛି ଓଡିଶା ପୋଲିସ୍ । ଏନେଇ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ପୋଲିସ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା  । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁକ୍ରମେ ଓଡ଼ିଶା ପୋଲିସ୍ ଜାରି କରିଥିବା ସର୍କୁଲାରରେ ଉଲ୍ଲେଖ ରହିଛି ଯେ, ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଚାଇବା ପାଇଁ ଅନୁମତି ମିଳିବ । ଏବଂ ବିଶେଷ ଭାବେ ସମ୍ବେଦନଶୀଳ ସ୍ଥାନରେ ବାଣ ଫୁଟାଇବା ପାଇଁ କଡାକଡି ବାରଣ କରାଯାଇଛି ।ସେହିଭଳି ଦୀପାବଳି ଏକ ପ୍ରାଚୀନ ଏବଂ ପୂରାତନ ପରମ୍ପରାର ଉତ୍ସ ତେଣୁ ଖୁସି ମନେଇବା ଯଥା ବାଣପୁଟାଇବା ପାଇଁ କେବଳ ଗୋଟିଏ ନିର୍ଦ୍ଦିଷ୍ଠ ସ୍ଥାନରେ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଯାହାଦ୍ୱାରା ବାଣ ଫୁଟାଳୀ ଏବଂ ତାଙ୍କ ଆଖ ପାଖରେ ଥିବା ଲୋକମାନେ ସୁରକ୍ଷିତ ରହିବେ । ଏହାସହ ବାଣ ଫୁଟାଇବାକୁ ନେଇ ବିଭିନ୍ନ ସମୟରେ ସଚେତନତା କରାଯାଉଛି । ତେଣୁ ପରିବେଶକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ଆମର ଦାୟିତ୍ୱ ବୋଲି ପୋଲିସ୍ ଡିଜି କହିଛନ୍ତି । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଭିନ୍ନ ସର୍ଭେ ସଂସ୍ଥା ତରଫରୁ ହୋଇଥିବା ଏକ ରିପୋର୍ଟରେ ଭାରତରେ ବାୟୁ ପ୍ରଦୂଷଣ ମାତ୍ରାଧିକ ବୃଦ୍ଧି ପାଉଥିବା ଜଣାପଡ଼ିଥିଲା । ଯାହାକୁ ଦୃଷ୍ଟିରେ ରଖି ଗତ କିଛି ଦିନ ତଳେ ମାନ୍ୟବର ସୁପ୍ରିମକୋର୍ଟ ଦେଶରେ ଦେଖାଯାଉଥିବା ବାୟୁମଣ୍ଡଳ ପ୍ରଦୂଷଣକୁ ରୋକିବା ପାଇଁ ଦୀପାବଳିରେ ବାଣ ଫୁଟା ଉପରେ କଟକଣା ଜାରି କରିଥିଲେ ।



from News7 https://ift.tt/2Jg3k6l
ଦୀପାବଳିରେ ବାଣଫୁଟାକୁ ନେଇ ସର୍କୁଲାର ଜାରି କଲା ଓଡ଼ିଶା ପୋଲିସ୍ ଦୀପାବଳିରେ ବାଣଫୁଟାକୁ ନେଇ ସର୍କୁଲାର ଜାରି କଲା ଓଡ଼ିଶା ପୋଲିସ୍ Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.