ସୁନାବେଡା ଏଚ୍.ଏ.ଏଲ୍ ରେ ମହା ଦୁର୍ନୀତି, ଟଂକା ଓ ଦସ୍ତାବେଜ ପୋଡି: ସିବିଆଇ ତଦନ୍ତ, ୩ ଠିକାଦାର ଗିରଫ, ମୁଖ୍ୟ ଅଭିଯୁକ୍ତ ହାଲର୨ ଅଧିକାରୀ ଫେରାର

ଜୟପୁର୨୭|୧୦: କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡରେ ମହା ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଫଲ୍ସ ବିଲ୍ କରି ୫୦ କୋଟିରୁ ଉର୍ଧ ଟଂକା ଠକେଇ ହୋଇଥିବା ଅଭିଯୋଗରେ ସିବିଆଇ ଆରମ୍ଭ କରିଛି ତଦନ୍ତ। ଏହି ଘଟଣାରେ ଏଚ୍.ଏ.ଏଲ୍ ର ୨ ଅଧିକାରୀଙ୍କ ସମେତ ୬ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ୩ ଜଣ ଠିକାଦାରଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ ଅଧିକାରୀ ଫେରାର ହୋଇଯାଇଛନ୍ତି।

୩ ଦିନ ଧରି କୋରାପୁଟର ବିଭିନ୍ନ ସ୍ଥାନାରେ ସିବିଆଇର ଟିମ ଚଢାଉ କରିବା ପରେ ଖାଲି ହାତରେ ଫେରିଛି। କିନ୍ତୁ ଚଢାଉ ସମୟରେ ସିବିଆଇ ହାତରେ ବହୁ ଗୁରୁତ୍ବପୁର୍ଣ୍ନ ଦସ୍ତାବିଜ ଲାଗିଛି । ଏପରିକି ଦରପୋଡା ଟଂକାବିଡା ସହ ବହୁ ଦରପୋଡା ହସ୍ତାବିଜ ବି ଜବତ କରିଛି। ପ୍ରମାଣ ନଷ୍ଟ ପାଇଁ ଦସ୍ତାବିଜ ସହ ଟଂକା  ପୋଡାଯାଇଥିବା ସିବିଆଇ ଜାଣିବାକୁ ପାଇଛି।ଏକ ଲକ୍ଷ ୬୭ ହଜାର ୩୦୦ ଟଂକାର ଦର ପୋଡା ନୋଟ୍ ଓ ଦସ୍ତାବିଜକୁ ଜବତ କରି ତଦନ୍ତ କରୁଛି ସ୍ଥାନୀୟ ପୋଲିସ ଓ ସିବିଆଇ।

ଫଲ୍ସ ବିଲ୍ କରି ୫ କୋଟିରୁ ଉର୍ଦ୍ଧ ଟଂକାର ଠକେଇ ହୋଇଥିବା ଅଭିଯୋଗ ହେଉଥିବା ବେଳେ ଏହି ଘୋଟାଲା ପରିମାଣ ୧୫ କୋଟିରୁ ଉର୍ଦ୍ଧ ହେବ ବୋଲି ବି ଅନୁମାନ କରାଯାଇଛି।ଏହି  ଘୋଟାଲାର ମାଷ୍ଟର ମାଇଣ୍ଡ ହେଉଛନ୍ତି ୨ ଜଣ ହାଲ୍ କର୍ମଚାରୀ। ସେମାନେ ହେଲେ ଇଂଜିନ ଡିଭିଜନର ସିନିଅର ଫାଇନାନ୍ସ ଅଫିସର ଭବେନ ମିତ୍ର ଓ ଆକାଉଣ୍ଟ ଡିଭିଜନର ଆସିଷ୍ଟାଣ୍ଟ ଅବିନାଶ ସରକାର। ଏମାନଙ୍କ ସହ ଏହି ଘୋଟାଲାରେ ସାମିଲ ଅଛନ୍ତି ବହୁ ନେତା, ତଳିଆ କର୍ମଚାରୀ ଓ ଠିକାଦାର।  ୮ ଜଣଙ୍କ ନାଁରେ ସିବିଆଇ ସୁନାବେଡା ଥାନାରେ ମାମଲା ଦାୟର କରିଥିବା ବେଳେ ୩ ଜଣ ଠିକାଦାରଙ୍କୁ ଗିରଫ କରିଛି ପୋଲିସ।

୫ ଲକ୍ଷ ଟଂକା ପର୍ଯ୍ୟନ୍ତ ପ୍ରଦାନ କରିବାର କ୍ଷମତା ଭବେନ ମିତ୍ରଙ୍କ ପାଖରେ ଥିବାରୁ ସେ ଏହାର ଦୂରୁପୋଯୋଗ କରି ଫଲ୍ସ ବିଲ୍ ମାଧ୍ୟମରେ ଘୋଟାଲା କରିଥିବା ଅଭିଯୋଗ ହେଉଛି। ଫଲ୍ସ ବିଲ୍ କରି ୩ ଜଣ ଠିକାଦାରଙ୍କ ଖାତାରେ ଗତ ସେପ୍ଟେମ୍ବର ମାସରେ ୪୫ ଲକ୍ଷ ଟଂକା ଜମା ହୋଇଥିଲା। ଏହି ୩ ଜଣ ଠିକାଦାରଙ୍କୁ ଗିରଫ କରିଛି ପୋଲିସ୍। ଏମାନେ ହେଲେ ଠିକାଦାର ସଦାନନ୍ଦ ନାୟକ,ଉଦ୍ଧବ ଖୋସଲା ଓ ଯୀଶୁଦାନ ଖୋସଲା।

ଏହି ଘୋଟାଲା ଏହି ବର୍ଷ  ଜାନୁଆରୀରୁ ଅଗଷ୍ଟ ମାସରେ ହୋଇଥିବା ଅଡିଟରେ ଧରା ପଡିଥିବା ବେଳେ ଏହାର ଭିଜିଲାନ୍ସ ତଦନ୍ତ ହୋଇଥିଲା। ପରେ ହାଲ୍ ଏହାର ତଦନ୍ତ କରିବାକୁ ସିବିଆଇକୁ ଦେବା ପରେ ଗତ ୩ଦିନ ହେଲା ସିବିଆଇର ଟିମ୍ କୋରାପୁଟ ଆସି ତଦନ୍ତ ଆରମ୍ଭ କରିଥିଲେ। ହେଲେ ମୁଖ୍ୟ ଅଭିଯୁକ୍ତ ଭବେନ୍ ମିତ୍ର ଓ ଅବିନାଶ ସରକାର ଏବେ ବି ଫେରାର୍।

୮ ମାସ ଧରି ଏତେ ବଡ ଘୋଟାଲା ହୋଇଛି ନା ତା ପୂର୍ବରୁ ବି ଆହୁରି ଘୋଟାଲା ଏମାନେ କରିଛନ୍ତି ଏହାକୁ ନେଇ ବି ଏବେ ପ୍ରଶ୍ନ ଉଠିଛି। ତେବେ ଏତେ ବଡ ଘୋଟାଲାରେ କେବଳ ଏହି ୨ ଅଧିକାରୀ ସାମିଲ ଅଛନ୍ତି ନା ଆଉ କାହାର ହାତ ବି ରହିଛି ତାହା ଆଗକୁ ତଦନ୍ତ ପରେ ସାମ୍ନାକୁ ଆସିପାରେ।



from News7 https://ift.tt/2z8uKGM
ସୁନାବେଡା ଏଚ୍.ଏ.ଏଲ୍ ରେ ମହା ଦୁର୍ନୀତି, ଟଂକା ଓ ଦସ୍ତାବେଜ ପୋଡି: ସିବିଆଇ ତଦନ୍ତ, ୩ ଠିକାଦାର ଗିରଫ, ମୁଖ୍ୟ ଅଭିଯୁକ୍ତ ହାଲର୨ ଅଧିକାରୀ ଫେରାର ସୁନାବେଡା ଏଚ୍.ଏ.ଏଲ୍ ରେ ମହା ଦୁର୍ନୀତି, ଟଂକା ଓ ଦସ୍ତାବେଜ ପୋଡି: ସିବିଆଇ ତଦନ୍ତ, ୩ ଠିକାଦାର ଗିରଫ, ମୁଖ୍ୟ ଅଭିଯୁକ୍ତ ହାଲର୨ ଅଧିକାରୀ ଫେରାର Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.