ଝାରସୁଗୁଡ଼ା ବିମାନ ବନ୍ଦର ଅଚଳ ପ୍ରସଂଗରେ ବିଧାୟକ ନବ ଦାସଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀଂକୁ ଭେଟିଲେ ବିଭିନ୍ନ ସଂଗଠନ

ଝାରସୁଗୁଡ଼ା ;୨୭/୧୦- ଝାରସୁଗୁଡ଼ା ବିମାନ ବନ୍ଦର ଅଚଳ ପ୍ରସଂଗରେ ମୁଖ୍ୟମନ୍ତ୍ରୀଂକୁ ଭେଟିଲେ ବିଭିନ୍ନ ସଂଗଠନ । କଂଗ୍ରେସ ବିଧାୟକ ନବ ଦାସଂକ ନେତୃତ୍ଵରେ ମୁଖ୍ୟ ମନ୍ତ୍ରୀଂକୁ ଭେଟିଛନ୍ତି ବିଭିନ୍ନ ସଂଗଠନ  । ବିମାନ ବନ୍ଦର ନାମ ପରିବର୍ତ୍ତନ ନେଇ ନିଜେ ଘୋଷଣା କରିଥିଲେ ମାନନୀୟ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମଧ୍ୟ ଖର୍ଚ୍ଚ ବହନ କରିବେ ବୋଲି ଦେଇଥିଲେ ପ୍ରତିଶୃତି । ହେଲେ କେନ୍ଦ୍ର ସରକାରଙ୍କ ତରଫରୁ ନାମ ପରିବର୍ତ୍ତନ କରାଗଲା ନାହିଁ କି ବିମାନ ଚଳାଚଳ କଲାନାହିଁ । ମାସକ ଭିତରେ ବିମାନ ଉଡ଼ାଣ ନାଁ ଘୋଷଣା କରା ନ ଗଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି । ଗତମାସ ୨୨ ତାରିଖରେ ଓଡ଼ିଶାର ୨ୟ ବିମାନ ବନ୍ଦରକୁ ଉଦଘାଟନ କରିଥଲେ ପ୍ରଧାନମନ୍ତ୍ରୀ । ହେଲେ ମାସେ ବିତିଯାଇଥିଲେ ମଧ୍ୟ ବିମାନ ଚଳାଚଳ ଏ ପର୍ଯ୍ୟନ୍ତ ଯାଏଁ ବିମାନ ଚଳାଚଳ କରିପାରିନାହିଁ । ବିମାନ ବଂଦରରୁ ୩୨୦ ବୋଇଂ ବିମାନ ଉଡ଼ିବାର  ଲାଇସେନ୍ସ ଥିଲେ ମଧ୍ୟ କୌଣସି ବ୍ୟବସାୟିକ  ବିମାନ ଚଳାଚଳ କରିନାହିଁ । ଉଡ଼ାନ ଯୋଜାନରେ ବିମାନ ଚାଲିବା ବନ୍ଦ ହୋଇଥିବା ଜଣାପଡ଼ିଛି । ବିମାନ ବନ୍ଦର ଉଦଘାଟନ କଲାବେଳେ ଆମର ଦୁଇଟି ଦାବୀ ଥିଲା ।ପ୍ରଥମଟି ହେଲା ବିମାନ ବନ୍ଦର ନାମ ପରିବର୍ତ୍ତନ ଓ ଦ୍ଵିତୀୟଟି କମର୍ସିଆଲ ବିମାନ ଉଡ଼ାଣ ।ଗୋଟିଏ ମାସ ଭିତରେ   ଯଦି ଆମର ଦାବୀ ପୂରଣ ନ ହୁଏ ଦଳମତ ନିର୍ବିଶେଷରେ  ଆମେ  ସବୁ ଦଳ ଆନ୍ଦୋଳନକୁ ଓହ୍ଲେଇବୁ ବୋଲି  କହିଛନ୍ତି ବିଧାୟକ ନବଦାସ ।



from News7 https://ift.tt/2CJoaty
ଝାରସୁଗୁଡ଼ା ବିମାନ ବନ୍ଦର ଅଚଳ ପ୍ରସଂଗରେ ବିଧାୟକ ନବ ଦାସଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀଂକୁ ଭେଟିଲେ ବିଭିନ୍ନ ସଂଗଠନ ଝାରସୁଗୁଡ଼ା ବିମାନ ବନ୍ଦର ଅଚଳ ପ୍ରସଂଗରେ ବିଧାୟକ ନବ ଦାସଙ୍କ ନେତୃତ୍ଵରେ ମୁଖ୍ୟମନ୍ତ୍ରୀଂକୁ ଭେଟିଲେ ବିଭିନ୍ନ ସଂଗଠନ Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.