ବିଜେଡି ବିରୋଧରେ ବିଜେପିର ରଣ ହୁଙ୍କାର: ତିନିଦିନ ଘେରିବ ବ୍ଲକ୍‌ କାର୍ଯ୍ୟାଳୟ

bjp...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସକ ଦଳରେ ଚାଲିଥିବା ଦୁର୍ନୀତି ବିରୋଧରେ ବିଜେପି ରଣହୁଙ୍କାର ଦେଇଛି। ଲୋକଙ୍କ ଆଗରେ ବିଜେଡିର ଦୁର୍ନୀତି ପେଡ଼ି ଖୋଲିବା ସହ ଦଳ ତିନିଦିନ ଧରି ରାଜ୍ୟରେ ବିଭିନ୍ନ ବ୍ଲକ୍‌ ଘେରାଉ କରିବାକୁ ଯାଉଛି। ଆସନ୍ତା ୨୭, ୨୯ ଓ ୩୦ ତାରିଖ ସାରା ରାଜ୍ୟରେ ଦଳ ଏହି ଘେରାଉ କରିବ ବୋଲି କହିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ରାଜ୍ୟ ସରକାର ୧୯ ବର୍ଷ ଭିତରେ ବିଭିନ୍ନ ସମୟରେ ବ୍ଲକ୍‌ ଅଫିସ୍‌କୁ ବିଜେଡି ତା’ର ଦଳୀୟ କାର୍ଯ୍ୟାଳୟ ଭାବେ ବ୍ୟବହାର କରି ଆସିଛି। ଫଳରେ ଲୋକଙ୍କ ପାଖରେ କେନ୍ଦ୍ରୀୟ ଯୋଜନାଗୁଡ଼ିକ ଠିକ୍‌ ଭାବେ ପହଞ୍ଚି ପାରୁନି। ବିଜେଡି ନେତାଙ୍କ ସୁପାରିସରେ ହିତାଧିକାରୀ ଚୟନ କରାଯାଉଛି। ସ୍ଥିତି ଏମିତି ହୋଇଛି, ଆଜି ଗାଁ ଗହଳିରେ ହାହାକାର ଅବସ୍ଥା ସୃଷ୍ଟି ହୋଇଛି।”

ସେ ଆହୁରି କହିଛନ୍ତି, “ଯେଉଁମାନଙ୍କ ଘର ନାହିଁ, ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳୁନାହିଁ। ଯାହାକୁ ମିଳିବା କଥା ନୁହେଁ, ତାଙ୍କୁ ମିଳୁଛି। ଓଡ଼ିଶାରେ ପଞ୍ଚାୟତରାଜ ବ୍ୟବସ୍ଥାର ଗଣତନ୍ତ୍ର ଭୁଶୁଡ଼ି ପଡ଼ିଛି। ସରପଞ୍ଚ, ବ୍ଲକ୍ ଚେୟାରମ୍ୟାନ୍, ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ଜିଲ୍ଲା ପରିଷଦ ଏ ସମସ୍ତଙ୍କ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନିଜେ ନିୟନ୍ତ୍ରଣ କରୁଛନ୍ତି। ପଲ୍ଲୀସଭା ଓ ଗ୍ରାମସଭା ବନ୍ଦ ହୋଇଯାଇଛି।”

‘ଆମ ଗାଁ ଆମ ବିକାଶ’ ଶାସକ ଦଳ ପାଇଁ ପିସି ଖାଇବାର ସଳଖ ବାଟ ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି।



from Odisha Reporter
ବିଜେଡି ବିରୋଧରେ ବିଜେପିର ରଣ ହୁଙ୍କାର: ତିନିଦିନ ଘେରିବ ବ୍ଲକ୍‌ କାର୍ଯ୍ୟାଳୟ ବିଜେଡି ବିରୋଧରେ ବିଜେପିର ରଣ ହୁଙ୍କାର: ତିନିଦିନ ଘେରିବ ବ୍ଲକ୍‌ କାର୍ଯ୍ୟାଳୟ Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.