ଦୁବାଇରୁ ଓଡ଼ିଆ ଯୁବକଙ୍କ ମୃତଦେହ ଫେରାଇ ଆଣିବାକୁ ବୈଜୟନ୍ତଙ୍କ ଚିଠି

panda

ନୟାଗଡ଼(ଓଡ଼ିଶା ରିପୋର୍ଟର): ଦୁବାଇରେ ମୃତ୍ୟୁ ବରଣ କରିଥିବା ଓଡ଼ିଆ ଯୁବକ ସୁଶାନ୍ତ ଜେନାଙ୍କ ମୃତଦେହକୁ ସ୍ୱଦେଶ ଫେରାଇ ଆଣିବାକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ ସେ  ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଛନ୍ତି। ମୃତଦେହ ଫେରାଇ ଦେବାକୁ ସେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠିରେ ନିବେଦନ କରିଛନ୍ତି।

ମୃତକ ସୁଶାନ୍ତ ନୟାଗଡ଼ ଜିଲ୍ଲାର ରଣପୁର ଥାନା ଅନ୍ତର୍ଗତ ରନ୍ଦା ଗାଁର ବାସିନ୍ଦା ଥିଲେ। ସେ ଗତ ନଭେମ୍ବରଠାରୁ ଦୁବାଇରେ ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲେ।

ଗତ ୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟ ହୋଇଥିବା ତାଙ୍କ ପରିବାର ଲୋକେ ସୂଚନା ପାଇଥିଲେ। ତେବେ ସୁଶାନ୍ତଙ୍କୁ ଦୁବାଇରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏହି ମାମଲାରେ ହସ୍ତକ୍ଷେପ କରିବା ସହ ପୁଅର ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକେ ବୈଜୟନ୍ତଙ୍କୁ ଅନୁରୋଧ କରିଥିଲେ। ଏହାପରେ ବୈଜୟନ୍ତ ସୁଶାନ୍ତଙ୍କ ମୃତଦେହ ଓଡ଼ିଶା ଫେରାଇ ଆଣିବାକୁ ନିବେଦନ କରି ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଛନ୍ତି।



from Odisha Reporter
ଦୁବାଇରୁ ଓଡ଼ିଆ ଯୁବକଙ୍କ ମୃତଦେହ ଫେରାଇ ଆଣିବାକୁ ବୈଜୟନ୍ତଙ୍କ ଚିଠି ଦୁବାଇରୁ ଓଡ଼ିଆ ଯୁବକଙ୍କ ମୃତଦେହ ଫେରାଇ ଆଣିବାକୁ ବୈଜୟନ୍ତଙ୍କ ଚିଠି Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.