
ପଦ୍ମପୁର (ଓଡ଼ିଶା ରିପୋର୍ଟର): ସାତକୋଶିଆରେ ମଣିଷ ମରା ସୁନ୍ଦରୀ ଆତଙ୍କ ମଚାଇଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁରରେ ମାତିଛି ହାତୀ। ସେପଟେ ସୁନ୍ଦରୀ ମଣିଷକୁ ମାରି ଖାଇଯାଉଛି, ଏପଟେ ହାତୀ ଦଳି ମାରି ଦେଉଛି। ପଦ୍ମପୁର କନ୍ଦାଡଙ୍ଗର ପଞ୍ଚାୟତର ସମିତିସଭ୍ୟ ଧୋବା ନାୟକ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ହାତୀଟି ତାଙ୍କୁ ଦଳି ମାରି ଦେଇଥିବା ଅଭିଯୋଗ ହୋଇଛି।
ଗତ ରାତିରେ ଧୋବା ନିଜ ଧାନ ଖଳା ଜଗିଥିବା ବେଳେ ହାତୀ ପଶି ଆସିଥିଲା। ସେ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ହାତୀ ତାଙ୍କୁ ଆକ୍ରମଣ କରିବା ସହ ଶୁଣ୍ଢରେ ଟେକି ନେଇ ତଳେ କଚାଡ଼ି ଦେଇଥିଲା। ଏହାପରେ ଧୋବାଙ୍କୁ ଗୋଡ଼ରେ ଦଳି ଦେଇଥିଲା। ଘଟଣାସ୍ଥଳରେ ଧୋବାଙ୍କର ମୃତ୍ୟୁ ହୋଇଯାଇଥିଲା।
ଖବର ପାଇବା ପରେ ପୁଲିସ୍ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି।
from Odisha Reporter
ସମିତିସଭ୍ୟଙ୍କୁ ଦଳିଦେଲା ହାତୀ
Reviewed by SUBHENDU BARAL
on
October 23, 2018
Rating:
No comments: