ଜୋର୍ ଧରିଲା ଟିଟିଲାଗଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ; କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ଟିଟିଲାଗଡ ବନ୍ଦ

ବଲାଙ୍ଗିର ୨୬|୧୦: ଆଜି ୧୨ଘଣ୍ଟିଆ ଟିଟିଲାଗଡ ବନ୍ଦ । ଟିଟିଲାଗଡ଼କୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ଫଳରେ ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି ।  ଏହା ସହ ପେଟ୍ରୋଲ ପମ୍ପ, ପୋଷ୍ଟ ଅଫିସ, ଉପ ଜିଲ୍ଲାପାଳ, ତହସିଲ କାର୍ଯ୍ୟାଳୟ, ବ୍ଲକ୍ ଅଫିସ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି। ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟିର ସହଦ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରୁଛନ୍ତି । ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଟିଟିଲାଗଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଥିବା ଟିଟିଲାଗଡ କ୍ରିୟାନୁଷ୍ଠାନ କମିଟି କହିଛି । ଏହାକୁ ନେଇ ଆଜି ବାର ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି କହିଛି । ଆଗକୁ ଅର୍ଥନୈତିକ ଅବରୋଧ କରାଯିବା ସହ ଆଗାମୀ ସାଧାରଣ ନିର୍ବାଚନକୁ ମଧ୍ୟ ବର୍ଜନ କରାଯିବ ବୋଲି କଡା ଚେତାବନୀ ଦେଇଛି ଓକିଲ ସଂଘ ।



from News7 https://ift.tt/2PjN361
ଜୋର୍ ଧରିଲା ଟିଟିଲାଗଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ; କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ଟିଟିଲାଗଡ ବନ୍ଦ ଜୋର୍ ଧରିଲା ଟିଟିଲାଗଡକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ; କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ଟିଟିଲାଗଡ ବନ୍ଦ Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.