ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ

ମୀରଟ୍‌: ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିବାକୁ ମୁସଲିମ୍‌ମାନଙ୍କୁ ପରୋକ୍ଷ ଧମକ ଦେଇ ଅଡ଼ୁଆରେ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ଯଦି ମୁସଲିମ୍‌ମାନେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ ନ କରିବେ, ତା’ହେଲେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ଶ୍ରୀ ସିଂହ ଖୋଲାଖୋଲି ଭାବେ ମତ ରଖିଛନ୍ତି।

ବାଘପତଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ସିଂହ କହିଛନ୍ତି, “ଭାରତୀୟ ମୁସଲିମ୍‌ମାନେ ହେଉଛନ୍ତି ଭଗବାନ ରାମଙ୍କ ବଂଶଧର। ସେମାନେ ମୋଗଲ୍‌ଙ୍କ ବଂଶଧର ନୁହନ୍ତି।

ତେଣୁ ମୁସଲିମାନେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିବା ଦରକାର। ଯଦି ସେମାନେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ ନ କରନ୍ତି, ତା’ହେଲେ ହିନ୍ଦୁମାନେ ସେମାନଙ୍କୁ ଘୃଣା କରିବା ଆରମ୍ଭ କରିବେ।

ଯଦି ଏହି ଘୃଣା ଭାବ ବୃଦ୍ଧି ପାଇବ, ତା’ହେଲେ ଏହାର ପରିଣାମ କ’ଣ ହେବ, ସେକଥା ମୁସଲିମମାନେ ଭଲ ଭାବେ ଜାଣିଛନ୍ତି।”

କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଆହୁରି କହିଛନ୍ତି, ପ୍ରତିଟି ଆଇନ୍‌ ପାଇଁ ଲୋକଙ୍କ ଭାଗିଦାରୀ ଜରୁରୀ। ଯେତେବେଳେ ଆଇନ୍‌ ପ୍ରଣୟନ ହୋଇଯିବ, ସେତେବେଳେ ରାମ ମନ୍ଦିର ନିର୍ମାଣଠାରୁ ଜନସଂଖ୍ୟା ନିୟନ୍ତ୍ରଣ ପର୍ଯ୍ୟନ୍ତ ସବୁ ସମସ୍ୟାର ଆପେଆପେ ସମାଧାନ ହୋଇଯିବ। ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ କ୍ୟାନ୍ସର୍‌ର ଦ୍ୱିତୀୟ ସ୍ତରରେ ପହଞ୍ଚିଛି।

ଯଦି ଏବେଠାରୁ ଏହାକୁ ସମାଧାନ ନ କରାଯାଏ, ତା’ହେଲେ ଭବିଷ୍ୟତରେ କେବେ ହେଲେ ଏହାର ଆଉ ସମାଧାନ ହୋଇପାରିବ ନାହିଁ ବୋଲି ଶ୍ରୀ ସିଂହ ମତ ଦେଇଛନ୍ତି।

ଶ୍ରୀ ସିଂହଙ୍କ ଏଭଳି ଖୋଲା ଧମକକୁ ବିଭିନ୍ନ ମୁସଲିମ ସଂଗଠନ ଓ ରାଜନୀତିକ ଦଳର ନେତାମାନେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।



from Odisha Reporter
ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡ଼ୁଆରେ କେନ୍ଦ୍ରମନ୍ତ୍ରୀ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.