୮ ବର୍ଷ ଏକାଠି ରହିବା ପରେ ସାଥୀକୁ ହତ୍ୟା କଲା ସିଂହୀ

ନୂଆଦିଲ୍ଲୀ: ୮ ବର୍ଷର ପ୍ରେମ ସମ୍ପର୍କକୁ ଭୁଲି ନିଜ ସାଥୀକୁ ନିର୍ମମ ହତ୍ୟା କରିଛି ଏକ ସିଂହୀ। ହତ୍ୟାକାରୀ ସିଂହୀ ଓ ତା’ର ସାଥୀ ସିଂହ ଔରସରୁ ୩ ବର୍ଷର ତିନିଟି ଶାବକ ଅଛନ୍ତି। ଏହି ଅଭାବନୀୟ କାଣ୍ଡ ଆମେରିକାର ଇଣ୍ଡିଆନ୍‌ପଲିସ୍‌ ଚିଡ଼ିଆଖାନା ପରିସରରେ ଘଟିଛି। ତେବେ ନିଜ ପିଲାଙ୍କ ବାପାକୁ ସିଂହୀର ଏଭଳି ଆକ୍ରମଣର କାରଣ ସମ୍ପର୍କରେ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏଯାଏ କୌଣସି ସ୍ପଷ୍ଟ ସୂଚନା ପାଇ ନାହାନ୍ତି।

ଦୁଇ ସିଂହ ଯୋଡ଼ିଙ୍କ ଏହି ମରଣାନ୍ତକ ଲଢ଼େଇ ବେଳେ ସେମାନଙ୍କ ୩ ବର୍ଷର ଏକ ଶାବକ (ମହିଳା), ‘ସୁକରୀ’ ସେଲ୍‌ ବାହାରେ ବୁଲୁଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୧୦ ବର୍ଷ ବୟସ୍କ ସିଂହ ‘ନ୍ୟାକ୍‌’ ଓ ୧୨ ବର୍ଷର ସିଂହୀ ‘ଜୁରୀ’ ଇଣ୍ଡିଆନ୍‌ପଲିସ୍‌ ଚିଡ଼ିଆଖାନାର ଏକ ସେଲ୍‌ରେ ଗତ ୮ ବର୍ଷ ଧରି ଏକାଠି ରହୁଥିଲେ। ୨୦୧୫ ମସିହାରେ ଉଭୟଙ୍କ ଔରସରୁ ୩ଟି ଶାବକ ଜନ୍ମ ନେଇଥିଲେ।

ଘଟଣା ଦିନ ଚିଡ଼ିଆଖାନା କର୍ମଚାରୀ ସେଲ୍‌ ଭିତରୁ ଏକପ୍ରକାର ଅସ୍ୱାଭାବିକ ଗର୍ଜ୍ଜନ ଶୁଣି ସେଠାକୁ ଯିବା ପରେ ଦୁଇ ସାଥୀ ସିଂହ ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ ପାଇଥିଲେ। କର୍ମଚାରୀମାନେ ଶତ ଚେଷ୍ଟା କରି ମଧ୍ୟ ଉଭୟଙ୍କୁ ଲଢ଼େଇରୁ ନିବୃତ୍ତ କରିପାରି ନ ଥିଲେ। ସୁଯୋଗ ପାଇବା ମାତ୍ରେ ମହିଳା ସିଂହ ‘ଜୁରୀ’, ପୁରୁଷ ସିଂହ ‘ନ୍ୟାକ୍‌’ର ବେକକୁ କାମୁଡ଼ି ଧରିବାରୁ ସେ ଆଉ ହଲି ପାରି ନଥିଲା। ‘ଜୁରୀ’ର ଆକ୍ରମଣରୁ ବର୍ତ୍ତିବାକୁ ସବୁ ଚେଷ୍ଟା କରି ମଧ୍ୟ ‘ନ୍ୟାକ୍‌’ ସେଥିରେ ସଫଳ ହୋଇ ନ ଥିଲା ଏବଂ ଛଟପଟ ହୋଇ ‘ନ୍ୟାକ୍‌’ ଶେଷ ନିଃଶ୍ୱାସ ଛାଡ଼ିଥିଲା।

ଅଣିନିଃଶ୍ୱାସୀ ହୋଇ ‘ନ୍ୟାକ୍‌’ର ମୃତ୍ୟୁ ଘଟିଛି ବୋଲି ଶବ ବ୍ୟବଚ୍ଛେଦ ପରେ ଚିଡ଼ିଆଖାନା ପକ୍ଷରୁ କୁହାଯାଇଛି। ତେବେ ପୂର୍ବରୁ ଏହି ସିଂହ ଯୋଡ଼ିଙ୍କ ମଧ୍ୟରେ କେବେ ବି ମନୋମାଳିନ୍ୟ ଓ ପରସ୍ପର ଲଢ଼େଇ କରୁଥିବାର ଦେଖିବାକୁ ମିଳି ନ ଥିଲା ଏବଂ ଏହା କର୍ମଚାରୀଙ୍କୁ ଦାରୁଣ ଆଘାତ ଦେଇଛି ବୋଲି ଚିଡ଼ିଆଖାନା କ୍ୟୁରେଟର୍‌ ଡ୍ୟାଭିଡ୍‌ ହଗନ୍‌ କହିଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ଏପରି ଲଢ଼େଇ କାହିଁକି ହେଲା, ସେ ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ ବୋଲି କ୍ୟୁରେଟର୍‌ କହିଛନ୍ତି।

ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ମୃତ ସିଂହ ‘ନ୍ୟାକ୍‌’ ପର୍ଯ୍ୟଟକଙ୍କର ଖୁବ୍‌ ପ୍ରିୟ ଥିଲା। ତେବେ ଏହାର ହତ୍ୟାକାରୀ ସିଂହୀ ‘ଜୁରୀ’ ସାନ୍‌ ଡିଏଗୋ ଚିଡ଼ିଆଖାନାରୁ ‘ବଦଳ’ ସୂତ୍ରରେ ଆସିଥିଲା।



from Odisha Reporter
୮ ବର୍ଷ ଏକାଠି ରହିବା ପରେ ସାଥୀକୁ ହତ୍ୟା କଲା ସିଂହୀ ୮ ବର୍ଷ ଏକାଠି ରହିବା ପରେ ସାଥୀକୁ ହତ୍ୟା କଲା ସିଂହୀ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.