ଭାରତ ପାଇଁ ଗୌରବ ଆଣିଲେ ସୁରଜ୍‌, ଜିତିଲେ ରୌପ୍ୟ

67

ବୁଏନ୍‌ସ ଆଇରସ: ୟୁଥ୍ ଅଲିମ୍ପିକ୍ସ ଗେମ୍ସରେ ୫୦୦୦ ମିଟର ରେସ୍ ୱାକ୍‌ରେ ଭାରତର ୧୭ ବର୍ଷୀୟ ସୁରଜ୍ ପନୱର ରୌପ୍ୟ ପଦକ ଜିତିଛନ୍ତି। ସୋମବାର ରାତିରେ ଏହି ପ୍ରତିଯୋଗିତା ହୋଇଥିଲା।

ଏଥିରେ ଇକ୍ୟୁଡରର ପାଟିନ୍ ଓସ୍କାର ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସୂଚନାଯୋଗ୍ୟ, ଚଳିତ ୟୁଥ୍ ଅଲିମ୍ପିକ୍ ଗେମ୍ସରେ ଆଥ୍‌ଲେଟିକ୍ସରେ ଭାରତର ଏହା ପ୍ରଥମ ପଦକ। ୟୁଥ୍ ଅଲିମ୍ପିକ୍ ଗେମ୍ସ ଇତିହାସରେ ଆଥ୍‌ଲେଟିକ୍ସରେ ଭାରତ ଏହାକୁ ମିଶାଇ ଆଥ୍‌ଲେଟିକ୍ସରେ ମୋଟ ୩ଟି ପଦକ ଜିତିଛି।

ୟୁଥ୍ ଅଲିମ୍ପିକ୍ ଗେମ୍ସର ୨୦୧୦ ସଂସ୍କରଣରେ ଅର୍ଜିନ୍ ପୁରୁଷ ଡିସ୍‌କସ୍ ଥ୍ରୋରେ ରୌପ୍ୟ ପଦକ ଜିତିଥିଲେ। ସେଥର ୪୦୦ ମିଟର ପୁରୁଷ ହର୍ଡଲ୍‌ସରେ ଦୁର୍ଗେଶ କୁମାର ରୌପ୍ୟ ପଦକ ଜିତିଥିଲେ।



from Odisha Reporter
ଭାରତ ପାଇଁ ଗୌରବ ଆଣିଲେ ସୁରଜ୍‌, ଜିତିଲେ ରୌପ୍ୟ ଭାରତ ପାଇଁ ଗୌରବ ଆଣିଲେ ସୁରଜ୍‌, ଜିତିଲେ ରୌପ୍ୟ Reviewed by SUBHENDU BARAL on October 16, 2018 Rating: 5

No comments:

Powered by Blogger.