ଭୁବନେଶ୍ୱର ୨୩/୧୦ : ବିଧାନସଭା ଗୃହରେ ହାଜର ହେଲେ ଅଭିଜିତ ଆୟାର ମିତ୍ର | ଅଭିଜିତଙ୍କୁ ନୋଟିସ କରିଥିଲା ବିଧାନସଭା ଗୃହ କମିଟି | ଅଭିଜିତଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ଯୋଗେଇ ଦେଇଛି ଓଡିଶା ପୋଲିସ କମିଶନ | ଅଭିଜିତ ଓଡ଼ିଶାର କଳା ସଂସ୍କୃତି ଓ ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ। ଏହା ପରେ ଭୁବନେଶ୍ବରର ସହିଦନଗର ଥାନା ଓ କୋଣାର୍କ ଥାନାରେ ମାମଲା ରୁଜୁ କରାଯିବା ସହିତ ଗୃହ କମିଟି ଅଭିଜତଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭାବେ ଅଭିଜିତ ନା ଗୃହ କମିଟି ନିକଟରେ ହାଜର ହୋଇଥିଲେ ନା ଥାନାରେ। ପରେ କିନ୍ତୁ ମେଲ୍ ଯୋଗେ ଓ ଟୁଇଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ଗୃହ କମିଟି ତାଙ୍କୁ ଅକ୍ଟୋବର ୨୩ ଯାଏଁ ପର୍ଯ୍ୟନ୍ତ ସମୟ ଦେଇଥିଲେ। ଅଭିଜିତଙ୍କ କଟୁ ମନ୍ତବ୍ୟ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାରଣରୁ ସେ ଭୁବନେଶ୍ବର ଆସିବାବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଅଭିଜିତଙ୍କ ପକ୍ଷରୁ ସୁରକ୍ଷା ପାଇଁ ଅନୁରୋଧ କରାଯିବା ପରେ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ କମିସନର କହିଛନ୍ତି।
from News7 https://ift.tt/2ScfAJo
No comments: