
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକାଂଶ କୁକୁରମାନେ ରାତିରେ କାନ୍ଦୁଥିବା ବା ଭୁକୁଥିବା ଆପଣ ଶୁଣିଥିବେ। ଲୋକମାନେ କୁକୁର କାନ୍ଦିବାର ଭିନ୍ନ ଭିନ୍ନ କାରଣ ଦର୍ଶାଇଥାନ୍ତି। କିଛି ଲୋକେ ଏହାକୁ ଅଶୁଭ ସଙ୍କେତ ବୋଲି କହିଥାନ୍ତି।
କେବେ ଭାବିଛନ୍ତି, ସତରେ କ’ଣ ଏହା ଅଶୁଭ ନା ଆଉ କିଛି। ତେବେ ଚାଲନ୍ତୁ ଜାଣିବା ରାତି ସମୟରେ କୁକୁର କାନ୍ଦିବାର ରହସ୍ୟ ସମ୍ପର୍କରେ।
ବାର୍ତ୍ତା: ସର୍ବ ପ୍ରଥମେ ଆପଣଙ୍କୁ ଏକଥା ଜାଣିବା ଜରୁରୀ ଯେ, ଯେତେବେଳେ କୁକୁର ଭୁକନ୍ତି ବା କାନ୍ଦନ୍ତି ଏହାର ଅର୍ଥ ସେ ନିଜ ସନ୍ଦେସ ଆଉ କାହାକୁ ଦେବାକୁ ଚାହୁଁଛନ୍ତି। କୁହାଯାଏ କୁକୁର କାନ୍ଦି ନିଜ ସନ୍ଦେସ ଅନ୍ୟ ସାଥିମାନଙ୍କ ପାଖରେ ପହଞ୍ଚାଇଥାଏ।
କଷ୍ଟ: ଯେତେବେଳେ ବି କୁକୁର ଚିତ୍କାର କରେ ବା ଭୁକେ ସେହି ସମୟରେ ନିଜର ଅନ୍ୟସାଥିମାନଙ୍କୁ ନିଜ ଉପସ୍ଥିତି ଜଣେଇବାକୁ ଚେଷ୍ଟା କରନ୍ତି। କିନ୍ତୁ ବୈଜ୍ଞାନିକ ଯୁକ୍ତି ଅନୁସାରେ ଯେତେବେଳେ କୁକୁର କଷ୍ଟରେ ଥାଏ ସେ ସମୟରେ ସେ ଚିତ୍କାର କରି କାନ୍ଦିଥାଏ।
ଏକୁଟିଆ ପଣ: କୁକୁରକୁ ଏକୁଟିଆ ରହିବା ଆଦୌ ପସନ୍ଦ ନୁହେଁ। ସେ ଯେତେବେଳେ ଘରେ ହେଉ କିମ୍ବା ବାହାରେ ଏକୁଟିଆ ରୁହେ କାନ୍ଦିବାକୁ ଲାଗେ। ଏମିତି କି ଯେତେବେଳେ ସେ କୁକୁର ଏକୁଟିଆ ଅନୁଭବ କରେ ସେତେବେଳେ ବି ସେ ଏମିତି କରିଥାଏ।
ଆତ୍ମା:ଜ୍ୟୋତିଷଙ୍କ କହିବା ଅନୁସାରେ କୁକୁର ସବୁଠୁ ଅଧିକ ସେ ସମୟରେ କାନ୍ଦନ୍ତି ଯେତେବେଳେ ତାଙ୍କ ଆଖ ପାଖରେ କୌଣସି ଆତ୍ମା ଥାଏ। କିମ୍ବା ତାକୁ ସେ ଦେଖି ପାରୁଥିବ।
from Odisha Reporter
No comments: