କଳା ବ୍ୟାଚ ପିନ୍ଧି କାମରେ ଯୋଗ ଦେଲେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ

ପାରାଦୀପ ୧୫/୧୦ : ପ୍ରଶାସନର ପ୍ରତିଶୃତି ପରେ ବି କଳା ବ୍ୟାଚ ପିନ୍ଧି କାମରେ ଯୋଗ ଦେଇଛନ୍ତି ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ | ୨୨ ତାରିଖ ଯାଏଁ ଏମାନେ କଳା ବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବେ | ୫ ଦଫା ଦାବି ନେଇ ତୈଳ ବିଶୋଧନାଗାର ପ୍ରଶାସନିକ ଭବନ ସମ୍ମୁଖରେ ସଂଘ କଳା ପତାକା ପ୍ରଦର୍ଶନ କରିଥିଲା | ଦରମା ବୃଦ୍ଧି, ମାସକୁ ମାସ ନିୟମିତ ଦରମା ପ୍ରଦାନ, ଗେଟ୍ ପାସ ପ୍ରଦାନ, ପୁରୁଣା ଶ୍ରମିକଙ୍କୁ ଛଟେଇ ନକରିବା ଭଳି ସଂଘର ୫ ଦଫା ଦାବି ରହିଛି | ପୂର୍ବରୁ ବିଭିନ୍ନ ଦାବି ନେଇ ଅଗଷ୍ଟ ୪ ତାରିଖରେ ଆନ୍ଦୋଳନ କରିଥିଲା ସଂଘ | ତେବେ ଦାବି ପୂରଣ ନହେବାରୁ ପୁଣି ଥରେ ଆନ୍ଦୋଳନ କୁ ଓହ୍ଲାଇଛି ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ |



from News7 https://ift.tt/2OtZ60L
କଳା ବ୍ୟାଚ ପିନ୍ଧି କାମରେ ଯୋଗ ଦେଲେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ କଳା ବ୍ୟାଚ ପିନ୍ଧି କାମରେ ଯୋଗ ଦେଲେ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ Reviewed by SUBHENDU BARAL on October 15, 2018 Rating: 5

No comments:

Powered by Blogger.