ଅନୁଗୁଳ୨୬|୧୦:ସାତକୋଶିଆର ବାଘୁଣୀ ସୁନ୍ଦରୀକୁ ଧରିବା ଲାଗି ଏକ ନୂଆ ପ୍ଲାନ। ଗତ କିଛି ଦିନ ଧରି ତାକୁ ଟ୍ରାଙ୍କୁଲାଇଜ କରିବା ଲାଗି ବୁଲୁଥିବା ବିଶେଷଜ୍ଞ ଟିମ୍ ଏଥର ଏକ ମଇଁଷିର ସହାୟତା ନେଇଛନ୍ତି। ସେପଟେ ସୁନ୍ଦରୀ ତରକା ହେଇଗଲାଣି ।
୪ ଦିନ ଭୋକିଲା । ମଣିଷ ମାରିବାର ୨୪ ଘଣ୍ଟା ନପୁରୁଣୁ ବାଘୁଣୀ ସୁନ୍ଦରୀ ପୁଣି ମଚାଇଛି ଉତ୍ପାତ । ନିକଟସ୍ଥ କୁମୁରି ଗାଁରେ ସୋମବାର ଦିନ ଗୋଟିଏ ବଳଦକୁ ମାରିଥିଲା। ସେବେଠାରୁ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବା ଲାଗି ବିଶେଷଜ୍ଞ ଟିମ୍ ଲାଗି ରହିଥିବା ବେଳେ ତରକି ଯାଇଛି ବାଘୁଣୀ । ଭୋକରେ ବରଂ ରହୁଛି କିନ୍ତୁ ଆଖପାଖ ଇଲାକାକୁ ଆସୁନି। ସେଇଠି ଝରଣାରେ ଗାଧଉଛି ପାଣି ପିଉଛି ବୁଦା ପଛପଟେ ଲୁଚି ରହୁଛି କିନ୍ତୁ ଟ୍ରାଙ୍କୁଲାଇଜ୍ ଟିମ୍ ଥିବା ଇଲାକା ଆଡ଼କୁ ଆସୁନି। ବାନ୍ଧବଗଡ଼ରୁ ଆସିଥିବା ଏହି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ ବେଳେ ସାମାନ୍ୟ ତ୍ରୁଟି ହେଲେ ସୁନ୍ଦରୀର ମୃତ୍ୟୁ ହେବାର ଆଶଙ୍କା ରହିଛି । ଯାହାକୁ ନଜରରେ ରଖି ମଧ୍ୟପ୍ରଦେଶ ବିଶେଷଜ୍ଞଙ୍କ ସହାୟତା ନିଆଯାଇଛି। ଖାଲି ସେତିକି ନୁହେଁ ତାକୁ ଟ୍ରାଙ୍କୁଲାଇଜ୍ ନ କରି ଜନ୍ତାରେ ଧରିବା ଲାଗି ମଧ୍ୟ ଯୋଜନା କରାଯାଉଛି। ସେଥିପାଇଁ ବିଶେଷଜ୍ଞ ଦଳ ଏକ ମଇଁଷି ଆଣିଛନ୍ତି। ନିକଟସ୍ଥ ଗାଁର ଜଣେ ଚାଷୀଙ୍କୁ ବୁଝୁଶୁଝା କରି ତାଙ୍କଠାରୁ ମଇଁଷି କିଣାଯାଇଛି। ଏବଂ ତାକୁ ବାଘମୁଣ୍ଡା ପାଖ ଜଙ୍ଗଲ ନିକଟରେ ବନ୍ଧା ଯାଇଛି। ଆଉ ଭୋକିଲା ଥିବା ବାଘୁଣୀ ଯଦି ମଇଁଷି ଉପରେ କୁଦା ମାରେ। ମଇଁଷିକୁ ଖାଇବା ଲାଗି ପହଞ୍ଚେ ସେତେବେଳେ ତାକୁ ଟ୍ରାଙ୍କୁଲାଇଜ୍ କରାଯିବ। କିମ୍ବା ତାକୁ ଯନ୍ତା ମାଧ୍ୟମରେ ଧରିବାକୁ ଚେଷ୍ଟା ହେବ। ସୁନ୍ଦରୀକୁ ଧରିବା ଲାଗି ସ୍ବତନ୍ତ୍ର ଯନ୍ତା ସୁନାବେଡ଼ା ଜଙ୍ଗଲରୁ ଆସୁଛି। ଯେମିତିକି ବାଘୁଣୀ ଯେତେ ଦୁଷ୍ଟ ହେଲେ ବି ଏଥିରେ ଧରାଦେବ।

from News7 https://ift.tt/2SlqagY
No comments: